No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ନୟାଗଡ଼ :– ଜମିର ଉର୍ବର ଶକ୍ତି ଓ ତଦନୁଯାୟୀ ଫସଲ ଉତ୍ପାଦନ ହାର ମୃତ୍ତିକାର ଗୁଣବତ୍ତା ଉପରେ ନିର୍ଭର କରେ । ସେଥିପାଇଁ ଚାଷଜମିକୁ ଲବଣମୁକ୍ତ କରିବା ଜରୁରୀ ଅଟେ । ଲବଣଯୁକ୍ତ ଜମି ଫସଲ ଉତ୍ପାଦରେ ପରିପନ୍ଥୀ ଓ ବାଧକ, କୃଷକବନ୍ଧୁମାନେ କେଉଁ ଜମିରେ କେଉଁ କିସମର ଫସଲ ଚାଷ କଲେ ଲାଭବାନ ହେବେ ଓ ମୃତ୍ତିକାର ଗୁଣବତ୍ତା ଅକ୍ଷୁର୍ଣ ରହିବ ତାହା ଜାଣିବା ପାଇଁ ଚାଷୋପଯୋଗୀ ଜମିର ମୃତ୍ତିକା ପରୀକ୍ଷା ଅପରିହାର୍ଯ୍ୟ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଜି ନୟାଗଡ଼ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମୃତ୍ତିକା ଦିବସ ପାଳନ ଅବସରରେ କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକଙ୍କ ସମେତ ମଂଚାସୀନ ଅତିଥିମାନେ ଉପରୋକ୍ତ ମତ ରଖିଛନ୍ତି ।
ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଉତ୍ସବକୁ ମୁଖ୍ୟଅତିଥି ଭାବରେ ଉଦ୍ଘାଟନ କରି ରଣପୁର ମାନ୍ୟବର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ କହିଲେ ଯେ, କୃଷି ଓ କୃଷକ ମାନବ ଜାତିର ମେରୁଦଣ୍ଡ ା ଅବାରିତ ଧାରାଶ୍ରାବଣ,ନିଦାଘର ଖରା,ପୌଷର ହାଡ଼ଭଙ୍ଗା ଶୀତକୁ ଭୃକ୍ଷେପ ନକରି କୃଷକ ଶସ୍ୟ ଉତ୍ପାଦନ କରେ । ପାରମ୍ପରିକ ପ୍ରବୃତ୍ତି ଓ ପଦ୍ଧତି ସହ ନୂତନ ଉଦ୍ଭାବନ , ଜଳବାୟୁ ପରିବର୍ତ୍ତନ ଓ ନୂତନ ଜ୍ଞାନକୌଶଳ ଭିତ୍ତିକ ଜ୍ଞାନକୁ ଆୟତ୍ତ ଓ ପ୍ରୟୋଗ କରିବା କୃଷି ଓ କୃଷକଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । କୃଷି ଓ କୃଷିଆନୁସଙ୍ଗିକ କ୍ଷେତ୍ରରେ ଅତ୍ୟାଧୁନିକଯନ୍ତ୍ରପାତିର ବ୍ୟବହାର ଓ ଜ୍ଞାନକୌଶଳର ପ୍ରୟୋଗ , ସମନ୍ୱିତ କୃଷି ଓ କୃଷିଉତ୍ପାଦହାର ଅବିବୃଦ୍ଧିର ଆଧାର କ୍ଷେତ୍ର ହେଉଛି ମୃତ୍ତିକା ଗୁଣବତ୍ତା ।
ସେଥିପାଇଁ ମୃତ୍ତିକା ସଂରକ୍ଷଣ , ମୃତ୍ତିକା ମଧ୍ୟସ୍ଥ ଉପାଦାନ ଗୁଡ଼ିକର ପରୀକ୍ଷଣ ଓ ମୃତ୍ତିକାର ଜଳଧାରଣ ଶକ୍ତି ସର୍ବାଦୌ ଗୁରୁତ୍ୱ ବହନ କରେ । ସେଥିପାଇଁ ପ୍ରତ୍ୟେକ କୃଷକ ମୃତ୍ତିକା ପରୀକ୍ଷଣ ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ ସମ୍ବନ୍ଧରେ ସବିଶେଷ ଜ୍ଞାନପ୍ରାପ୍ତ ହୋଇ କୃଷି ବୈଜ୍ଞାନିକଙ୍କ ପରାମର୍ଶ ଅନୁସାରେ ଚାଷ କରିବା ଦରକାରା । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଡା. ପୋମା ଟୁଡୁ କହିଥରଲେ ଯେ, ପ୍ରତ୍ୟେକ ମଣିଷ ଯେପରି ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇଥାନ୍ତି, ସେହିପରି ପ୍ରତ୍ୟେକ କୃଷକ ମୃତ୍ତିକା ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ୍ । ମୃତ୍ତିକାର ସ୍ୱାସ୍ଥ୍ୟ ସୁସ୍ଥ ରହିଲେ ଜମିର ଉର୍ବରଶକ୍ତି ଓ ଉତ୍ପାଦିକତା ବୃଦ୍ଧି ପାଇବ । ସେ ପୁନଶ୍ଚ କହିଥିଲେ, ପୂର୍ବରୁ ପାରମ୍ପରିକ ଚାଷରେ ମୃତ୍ତିକାର ଗୁଣବତ୍ତା ଅନୁମାନ କରି ଜୈବିକ ସାର ପ୍ରୟୋଗ କରାଯାଉଥିଲା ।
କିନ୍ତୁ ଅଧୁନା ସମନ୍ୱିତ ଚାଷ କୃଷିରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିବାରୁ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଦ୍ୱାରା ସଠିକ୍ ନକାରାତ୍ମକ ଉପାଦାନ ଗୁଡ଼ିକ ଖୁବଶୀଘ୍ର ଚିହ୍ନଟ ହୋଇପାରୁଥିବାରୁ ଚାଷୋପଯୋଗୀ ଜମିରେ ମୃତ୍ତିକାର ଲବଣ ଭାଗ ଓ ଅନ୍ୟାନ୍ୟ ଧାତବଯୁକ୍ତ ପଦାର୍ଥ ଗୁଡ଼ିକର ଭାଗ ଜାଣିବାର ଆବଶ୍ୟକତା ରହିଛି ଓ ତଦନୁଯାୟୀ ଚାଷ ପଦ୍ଧତିରେ ପରିବର୍ତନ ଆଣିବାର ସମୟ ଆସିଛି । ଏହି ଅବସରରେ ଜିଲ୍ଲାପାଳ ଡା. ଟୁଡୁ କହିଥିଲେ , ଜିଲ୍ଲାକୁ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ମାନ୍ୟବର କୃଷିମନ୍ତ୍ରୀଙ୍କ ସମେତ ସମସ୍ତ ନେତୃବର୍ଗ ଯତ୍ପରୋନାସ୍ତି ଚେଷ୍ଟା ଜାରି ରଖିଛନ୍ତି । କୃଷକବନ୍ଧୁଙ୍କ ନିକଟକୁ ପ୍ରଶାସନ ପହଁଚିବାକୁ ପ୍ରୟାସ କରି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷା ବ୍ୟବସ୍ଥା ଜିଲ୍ଲାରେ ପରିକ୍ରମା କରି ମୃତ୍ତିକା ସଂଗ୍ରହ କରି ଚାଷୀକୁ ସଚେତନ କରାଇଛି ।
ଏହାସହ ଜିଲ୍ଲାର ଦୁଇଗୋଟି ସ୍ଥାନରେ ମୃତ୍ତିକା ନମୂନା ସଂଗ୍ରହ ଓ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ସରକାରଙ୍କ ସମସ୍ତ କୃଷି କଲ୍ୟାଣକାରୀ ଯୋଜନାରେ କୃଷକବନ୍ଧୁମାନେ ଭାଗୀଦାର ହୋଇ ସୁଯୋଗପ୍ରାପ୍ତ ହେବାକୁ ସେ ପରାମର୍ଶ ଦେଇଥିଲେ । କୃଷିଭିତ୍ତିକ ସଂଗଠନ ଆତ୍ମାର ଅଧ୍ୟକ୍ଷ ନିଜର ବକ୍ତବ୍ୟ ରଖୈ କହିଥିଲେ ଯେ, ନୟାଗ ଡ଼ ଜିଲ୍ଲା ଆଖୁ, ବିରି,ମୁଗ,ଚିନାବାଦାମ ଓ ମକାଚାଷ ପାଇଁ ପ୍ରସିଦ୍ଧ ଅଟେ । ଏକଦା ନୟାଗଡ଼ ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ଚାଉଳ କ୍ରୟ କରାଯାଉଥିବା ବେଳେ ବର୍ତମାନ କୃଷି ବିଭାଗର ମାନ୍ୟବର ମନ୍ତୀ ଡଃ ଅରୁଣ କୁମାର ସାହୁଙ୍କ ବ୍ୟକ୍ତିଗତ ଉଦ୍ୟମ , ପ୍ରଚେଷ୍ଟା ଓ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଜିଲ୍ଲାରୁ ବୌଦ୍ଧ, ଫୁଲବାଣି,ପୁରୀ ଓ ଯାଜପୁର ଜିଲ୍ଲାକୁ ଚାଉଳ ରପ୍ତାନୀ ହେଉଛି । ଗୋପାଳକ ଓ ଦୁଗ୍ଧଜାତ ଦ୍ରବ୍ୟପାଇଁ ନୟାଗଡ଼ ଶୀର୍ଷ ସ୍ଥାନରେ ପହଁଚିପାରିଛି ।
ଜିଲ୍ଲାରେ ସମନ୍ୱିତ ଚାଷକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ଏଥିପାଇଁ କୃଷକଭାଇମାନେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ମଧ୍ୟ ସହେଯାଗ କରିବା ଦରକାର ବୋଲି ସେ କହିଥିଲେ । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁନୁଲ କୁମାର ଜେନା ପ୍ରାରମ୍ଭିକ ଭାଷଣ ରଖି ଲବଣାକ୍ତ ମୃତ୍ତିକା ଓ ଏହାର ପରିସଂଖ୍ୟାନ ରିପୋର୍ଟ ପ୍ରଦାନ କରିଥିଲେ । ସୂଚନା ମୁତାବକ ପ୍ରତିବର୍ଷ ସାରା ବିଶ୍ୱରେ ୧୫ଲକ୍ଷ ହେକ୍ଟର ଜମି ଲବଣାକ୍ତ ହେଉଛି । ବର୍ତମାନ ସାରା ବିଶ୍ୱରେ ୮.୭ପ୍ରତିଶତ ଜମି ଯାହାକି ୮୩୩୦ଲକ୍ଷ ହେକ୍ଟର ଲବଣାକ୍ତ ଅଟେ । ସାରା ଭାରତରେ ବର୍ତମାନ ୭୦ଲକ୍ଷ ହେକ୍ଟର ଜମି ଲବଣାକ୍ତ ଅଟେ । ଆମ ରାଜ୍ୟ ଓଡ଼ିଶାରେ ୧.୮ପ୍ରତିଶତ ଜମି ଲବଣାକ୍ତ ଅଟେ । ବାଲେଶ୍ୱର, ପୁରୀ,ଗଂଜାମ,ଖୋର୍ଦ୍ଦା,ଜଗତସିଂପୁର, କେନ୍ଦ୍ରାପଡ଼ା ଓ ଭଦ୍ରଖ ଏହି ସର୍ଭେ ଅନ୍ତର୍ଗତ ଅଟନ୍ତି ।
ଏହି ଅବସରରେ ଶ୍ରୀ ଜେନା କହିଥିଲେ ଚାଷୋପଯୋଗୀ ମୃତ୍ତିକାରେ ଯଦି ବିଭିନ୍ନ ଧାତବ ପଦାର୍ଥ ଯଥା- ସୋଡିୟମ,ମ୍ୟାଗ୍ନେସିୟମ,ସଲଫେଟ୍,ଫ୍ଲୋରାଇଡ୍,କାର୍ବୋନେଟ୍ ବାଇ-କାର୍ବୋନେଟ୍ ଅଂଶ ଅଧେକ ରହେ ଓ ଭୁତଳ ଜଳ ଅଧରକ ବ୍ୟବହାର ହୁଏ ତେବେ ଜମି ଲବଣାକ୍ତ ହୁଏ । ଜମିକୁ ଲବଣମୁକ୍ତ କରିବା ପାଇଁ ଭୂତଳ ଜଳର କମ ପ୍ରୟୋଗ , ଜମିରେ ଅଧିକ ରାସାୟନିକ ସାର ପରିବର୍ତେ ଅଧରକ ଜୈବିକ ସାର ପ୍ରୟୋଗ,ଅଣୁଜୀବ ପ୍ରୟୋଗ,କମ କୀଟନାଷକ ଔଷଧ ପ୍ରୟୋଗ ଓ ମୃତ୍ତିକା ପରୀକ୍ଷଣ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ନୟାଗ ଡ଼ ଜିଲ୍ଲାର ଚାଷୋପଯୋଗୀ ଜମି ଲବଣଯୁକ୍ତ ନ ହେଲେ ମଧ୍ୟ ଅମ୍ଲୀୟ ଅଟେ ।
ଏହି ଅମ୍ଲୀୟ ଅଂଶକୁ ହ୍ରାସ କରାଯାଇ ଅତି ଉର୍ବର ଜମିରେ ପରିଣତ କରାଯାଇପାରିଲେ ପସଲ ଉତ୍ପାଦନ ହାର ବୃଦ୍ଧି ପାଇବ ଓ ମୃତ୍ତିକା ଚିହ୍ନଟ କରାଯାଇ ସମନ୍ୱିତ ଚାଷ କରାଯାଇ ପାରିବ । ଅନ୍ୟମାନଙ୍କ ମଧ୍ୟରେ କୃଷି ବୈଜ୍ଞାନିକ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଶ୍ରୀ ସ୍ୱାଇଁ ଓ ଜିଲ୍ଲା କୃଷି ବିଭାଗର ସମସ୍ତ ଅଧିକାରୀବୃନ୍ଦ ଏକ ଆଲୋଚନା ଚକ୍ର ଓ ଭିଡିଓଗ୍ରାଫି ମାଧ୍ୟମରେ ମୃତ୍ତିକା ନମୁନା ସଂଗ୍ରହ ପଦ୍ଧତି,ଜୈବିକସାର ଅମଳ, ସାର ପ୍ରୟୋଗ ସମ୍ପର୍କରେ ଉପସ୍ଥିତ କୃଷକମାନଙ୍କୁ ଜଣାଇଥିଲେ । ଗତବର୍ଷ ମୃତ୍ତିକା ଦିବସ ଅବସରରେ ଯେଉଁ ଚାଷୀଭାଇମାନେ ସ୍ୱତଃସ୍ପୁର୍ତ ଭାବରେ ମୃତ୍ତିକା ସଂଗ୍ରହ କରି ଭ୍ରାମ୍ୟମାଣ ମୃତ୍ତିକା ସଂଗ୍ରହ କେନ୍ଦ୍ରରେ ପରୀକ୍ଷା କରେଇ ନେଇ ପରାମର୍ଶ ମୁତାବକ ଚାହକରି ସଫଳ ହୋଇଥିଲେ ସେମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଥିଲା ।
No Result
View All Result