No Result
View All Result
୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ଚଳିତ ବର୍ଷ ପ୍ରଥମ ସଂସ୍କରଣ ରେ ପ୍ରକାଶ ପାଇଛି CBSE ପରିକ୍ଷା ଫଳ । ଚଳିତ ବର୍ଷ ପରୀକ୍ଷା ରେ ଛାତ୍ରୀ ମାନେ ଭଲ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇଥିବାବେଳେ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବାରହଳ ଗ୍ରାମର ଆୟାସା ପରୱିନ୍ ଯେ କି ରେଞ୍ଚଶାସନ ସ୍ଥିତ ଉଦୟନାଥ ପବ୍ଲିକ ସ୍କୁଲରେ ପଢୁଥିଲେ । ସେ CBSE ପରିକ୍ଷାରେ ୯୬,୭ ମାର୍କ ରଖି ଏ ଅଞ୍ଚଳର ଓ ସ୍କୁଲ୍ ପାଇଁ ଗୈାରବ ଆଣିଛନ୍ତି । ବାପା ଜଣେ ବ୍ୟବସାୟୀ ହୋଇଥିବାବେଳେ ନିଜ ଝିଅଙ୍କୁ ପାଠ ପଢେଇବା ପାଇଁ କୋଠର ପରିଶ୍ରମ କରିଥିଲେ ଯାହାର ମୂଲ୍ୟ ଆୟାସା ଆଜି ଦେଇଛନ୍ତି ।

ସେ କୁହନ୍ତି ଦିନକୁ ୬ ରୁ ୭ ଘଣ୍ଟା ପଢିବାରେ ସମୟ ଦିଏ । ୟୁଟ୍ୟୁବରେ ମଧ୍ୟ ପଢନ୍ତି ଫାଙ୍କା ସମୟ ମିଳିଲେ । ଆଗକୁ ସେ ଡାକ୍ତରୀ ପାଠ ପଢି ଜଣେ ଡ଼ାକ୍ତର ହୋଇ ନୀରିହ ଗରିବ ଶ୍ରେଣୀର ଲୋକମାନଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି । ଆୟାସା ଙ୍କ ସଫଳତା ଦେଖି ସ୍କୁଲର ସାର୍ ମାନେ ତାଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । ଆୟାସା ଙ୍କ ସଫଳତା ଦେଖି ସ୍କୁଲର ସାର୍, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ପରିବାରର ସଦସ୍ୟମାନେ ଖୁସିହେବା ସହ ଆଗକୁ ସେ କିପରି ଡାକ୍ତର ହୋଇ ବାହାରିବ ସେ ନେଇ ସମସ୍ତଙ୍କର ଆଶିର୍ବାଦ ଲୋଡିଥିଲେ ।

No Result
View All Result