ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଜଙ୍ଗଲ ନିକଟରେ ରେଲୁଏ ଟ୍ରାକ ଉପରେ ଗୋରୁ ଚରୁଥିବା ବେଳେ ଟ୍ରେନ ଧକ୍କାରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଶୋକାକୁଳ ପରିବେଶ ସୃଷ୍ଟି । ସୁଚନା ଅନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ପଂଚାୟତର ସମ୍ପଡା ଗ୍ରାମର କିଶୋର ସ୍ୱାଇଁ (୬୫) ବିଲବାଡ଼ି କାମ ସାରି ନିଜର ବଳଦ ଚରାଇବାକୁ ଛାଡୁଥିଲେ । ଏହିଭଳି ପ୍ରତ୍ୟେକ ଦିନ ବଳଦ ଚରାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ ।
















