No Result
View All Result
୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ଓଡିଶାର ପୁର୍ବତନ ମନ୍ତ୍ରୀ ତଥା କୋରାପୁଟ ଜିଲ୍ଲାର ଜଣେ ଟାଣୁଆ ନେତା ଡମ୍ବରୁଧର ଉଲ୍ଲାକା ଙ୍କ ପରଲୋକ ହୋଇଛି । ତେବେ ୮୭ ବର୍ଷ ବୟସରେ ବୁଧବାର ଭୋରରୁ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସ୍ବର୍ଗତ ଉଲ୍ଲାକା ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ବର୍ତ୍ତମାନ ରାୟଗଡା ଜିଲ୍ଲାର କଲ୍ଯାଣ ସିଂହ ପୁର ବ୍ଲକରରେ ୧୯୩୭ ମଶିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୪ ମସିହାରୁ ବିଧାନସଭା କୁ ପ୍ରଥମେ ନିର୍ବାଚିତ ହୋଇଥିଲା ବେଳେ ୨୦୦୯ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ୭ଥର ନିର୍ବାଚିତ ହୋଇ ଜଙ୍ଗଲ ପରିବେଶ ବିଭାଗ ସହିତ ଅବକାରୀ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ରେ ଥିଲେ ।
ସୂଚନାଯୋଗ୍ୟ ସ୍ବର୍ଗତ ଉଲ୍ଲାକା ହେଉଛି ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ଙ୍କ ସାନଭାଇ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଙ୍କ ଦାଦା । ତାଙ୍କ ବିୟୋଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ , ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀ ପତିଙ୍କ ସମେତ ରାୟଗଡା କଂଗ୍ରେସର କାର୍ଯ୍ଯକାରୀ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ପୂର୍ବତନ ସଭାପତି ବିଜୟ ଗମାଙ୍ଗ, ଅଜିତ ଦାସ , ଦୁର୍ଗା ପଣ୍ଡା ,ବିଜେପି ଜିଲା ସଭାପତି ଶିବ ପଟ୍ଟନାୟକ, ବିଜେପିର ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
No Result
View All Result