No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ମୋହନା ବ୍ଲକ ଅଡବା ଜିଲ୍ଲା ପରିଷଦ ଯୋନ ୮ ନାମରେ ନାମିତ ହୋଇଛି । ଏହି ଜିଲ୍ଲା ପରିଷଦ ଯୋନ ରେ ୧୫ଗ୍ରାମ ପଞ୍ଚାୟତ ରହିଛି । କେତକ ରାସ୍ତା କଡରେ ଥିବା ପଞ୍ଚାୟତ କୁ ଛାଡିଦେଲେ ଅନେକ ଗ୍ରାମ ପଞ୍ଚାୟତ ଘାଟି ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ମଧ୍ୟରେ ଅବସ୍ଥିତ । ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳକୁ ଭଲ ଚଲା ରାସ୍ତାଟିଏ ମଧ୍ୟ ନାହିଁ । ସେହିପରି ଅଞ୍ଚଳରୁ ଜଣେ ଉଚ୍ଚ ଶିକ୍ଷିତ ମହିଳା ବିଷ୍ଣୁପ୍ରିୟା ପରିଛା ବିଜେଡି ଦଳରୁ ଅଡବା ଜିଲା ପରିଷଦ ଆସନରୁ ପାର୍ଥି ହେବାକୁ ଆଶା ରଖି ଆଜି ନିଜ ସମର୍ଥକଙ୍କକୁ ନେଇ ପର୍ଯ୍ୟବେକ୍ଷକ ଙ୍କ ନିକଟରେ ଦରଖାସ୍ତ କରି ଦଳୀୟ ଟିକେଟ ପାଇଁ ଅନୁରୋଧ କରିଛନ୍ତି ।
ଏହି ମହିଳା ଜଣକ ଏହି ଅଞ୍ଚଳର ଜଣାଶୁଣା ପୁରୁଖା ରାଜନୀତି ନେତା ସ୍ବର୍ଗତ ଥୋମାସ ମାଇକେଲ ଙ୍କ ନାତୁଣୀ ଅଟନ୍ତି । ସେ ଦଳିୟ ଟିକଟ ପାଇଲେ ଅଞ୍ଚଳର ଉନ୍ନତି ହେବ ବୋଲି ସ୍ଥାନୀୟ ସମର୍ଥକ ମାନେ ଉଚ୍ଚ କର୍ମକର୍ତାଙ୍କ ଠାରେ ଦାବୀ କରି ଦରଖାସ୍ତ ଦେଇଛନ୍ତି । ସେହି ଅଞ୍ଚଳରେ କେତକ କୁଜିନେତା ଦଳୀୟ ଟିକେଟ ଦେବାକୁ ଆଶାୟୀ ପାର୍ଥିଙ୍କୁ ଅର୍ଥ ଦାବିକରୁଥିବା ପର୍ଯ୍ୟବେକ୍ଷକ ଠାରେ ଅଭିଯୋଗ କରି ତଦନ୍ତ କରିବା ନିମନ୍ତେ ଦାବୀ କରିଛନ୍ତି ସ୍ଥାନୀୟ କେତକ ନେତା l

No Result
View All Result