No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ବରଗଡ଼ :- ବରଗଡ଼ କଲେଜ ରୋଡ଼ କାଦମ୍ବିନୀ ମଣ୍ଡପ ପରିସରରେ ଆଜି ମାଁ ଲକ୍ଷ୍ମୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ରୋଡ଼ ସ୍ଥିତ ମାଁ ଗଜ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ର ଭୂମି ପୂଜନ ଉତ୍ସବରେ କର୍ତ୍ତା
ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ତାଙ୍କ ସହଧର୍ମିଣୀ ମହାଶ୍ୱେତା ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟ ଅନୁକୂଳ କରିଥିଲେ । ଆଜି ସକାଳୁ ମନ୍ଦିର ପାଇଁ ଭୂମି ପୂଜନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଉତ୍ସବରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।
No Result
View All Result