ବାସୁଦେବପୁର ବ୍ଲକ , ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ମାଛଧରିବା ପାଇଁ ପଡିଥିବା ବନିସି କଣ୍ଟାରେ ବଉଳା କୁମ୍ଭୀର ,୦୧ ମଇ,ଶୁକ୍ରବାର :- ବାସୁଦେବପୁର ବ୍ଲକ ଜଗନ୍ନାଥପୁର ସ୍ଥିତ ସାରଙ୍ଗପୁର ଗାଁ ପାଖ କାଂଶବାସ ନଦୀର ମାଛଧରିବା ପାଇଁ ପଡିଥିବା ବନିସି କଣ୍ଟାରେ ଶୁକ୍ରବାର ଏକ ବଉଳା କୁମ୍ଭୀର ଧରା ପଡିଛି ।
ଖବର ପାଇ ବାସୁଦେବପୁର ବନ ବିଭାଗ କୁମ୍ଭୀରକୁ ଆଣି ତା ପେଟରେ ଲାଗିଥିବା ବନିସୀ କଣ୍ଟାକୁ ସ୍ଥାନୀୟ ପ୍ରାଣୀ ବିଭାଗ ଦ୍ଵାରା ବାହାର କରିଥିଲେ । କୁମ୍ଭୀରଟିର ଲମ୍ଵ ପାଖାପାଖି ସାଢ଼େ ଚାରିଫୁଟ ହେବ। ଓଜନ ୩୦ କେଜି। ଶେଷରେ ବନ ବିଭାଗ ସ୍ଥାନୀୟ ମନ୍ତିଇ ନଈରେ ଛାଡିବାକୁ ନେଇଥିବା ସୂଚନା ମିଳିଛି ।













