No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) ବୈପାରିଗୁଡା :- ଆଗକୁ ପଚଂୟତ ନିର୍ବାଚନ ଥିବା ବେଳେ ପ୍ରମୁଖ ଦଳ ଗୁଡିକ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡିଥିବା ବେଳେ ବିଜେଡି କୁ କାଉଣ୍ଟର କରି ଆଜି ନିଜର ଶକ୍ତି ଜାହିରି କରିଛି ବ୍ଲକ କଂଗ୍ରେସ ! ବୈପାରିଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ବୈପାରିଗୁଡା ସ୍ଥିତ ହାଟପଦା ଠାରେ ଏକ ବିରାଟ ସାଧାରଣ ସଭା ଓ କର୍ମୀ ସମ୍ମିଳନୀ ଆୟୋଜନ କରିଥିବା ବେଳେ ବ୍ଲକର ବିଭିନ୍ନ ପଚଂୟତରୁ ଶତାଧିକ କଂଗ୍ରେସ ପ୍ରେମୀ ଯୋଗଦାନ କରିଥିଲେ ! ବିଜେଡି ଓ ବିଜେପି ଦଳର ୫ ଶହ କର୍ମୀ କଂଗ୍ରେସ ଦଳରେ ଯୋଗଦାନ କରିଥିବା ବେଳେ ସେମାନଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କଂଗ୍ରେସ ଦଳର ଉପକନନ ଓ ଫୁଲମାଲ ପିନ୍ଧାଇ ଦଳକୁ ସ୍ବାଗଂତ କରିଥିଲେ !

ବ୍ଲକ କଂଗ୍ରେସ ସଭାପତି ଗୌର ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ସାଧାରଣ ସଭା ଓ କର୍ମୀ ସମ୍ମିଳନୀ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି , ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ପୁର୍ବତନ ବିଧାୟକ ମାଲକାନଗିରି ନିମାଇଁ ସରକାର, ପୁର୍ବତନ କାର୍ଯ୍ୟକାରୀ ସଭାପତି ଜିଲ୍ଲା କଂଗ୍ରେସ ଶ୍ରୀ ରୂପକ ତୁରକୁ , କୋରାପୁଟ ସାଂସଦ ପ୍ରତିନିଥି ପି.ରମେଶ ପାତ୍ର ,ବରିଷ୍ଟ କର୍ମୀ ସତ୍ୟ ନାରାୟଣ ମହାନ୍ତି ପ୍ରମୁଖ ମଚାଂସିନ ଅତିଥି ଭାବେ ଉପସ୍ଥିତ ରହିଥିଲେ ! ଆଗାମୀ ପଚଂୟତ ନିର୍ବାଚନ ପାଇଁ ସମସ୍ତ କଂଗ୍ରେସ କର୍ମୀ ଏକାଠି ହୋଇ କେନ୍ଦ୍ର ରାଜ୍ୟସରକାରଙ୍କ ଓ ବିଜେଡି ର ବିଫଳତାକୁ ଲୋକଲୋଚନ ଆଣିବା ସହ ରାଜ୍ୟସରକାରଙ୍କ ଜନବିରୋଧୀ ଯୋଜନା କୁ ବିରୋଧ କରିବା ଗାଁ ଗହଳି ଠାରେ ବୈଠକ କରି କଂଗ୍ରେସ ଶାସନ ସମୟ ଓଡିଶାରେ କେମିତି ଦରଦାମ ନିୟନ୍ତଣ ଥିଲା ତାହା ଭୋଟରଙ୍କ ନିକଟରେ ପହଚଂଇବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ଅତିଥି ମାନେ !
ସେହି ପରି ଭାବେ ୨ଜିଲ୍ଲା ପରିଷଦ ଆସନ ହାତାଇବା ସହ ବ୍ଲକ ଅଧ୍ୟକ୍ଷ କଂଗ୍ରେସ ଦଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଏକାଠି ହେଲେ ହିଁ ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇବା ସହ କର୍ମୀ ମାନଙ୍କୁ ନେଇ ଏକ ରଣନୀତି କରିବା ପାଇଁ କର୍ମୀ ମାନଙ୍କୁ କହିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦଳେଇ , କୃଷକ ମୋର୍ଚ୍ଛା ଧନେଶ୍ବର ମାଝୀ, ଜଗନ୍ନାଥ ବିଶୋଇ, ରଘୁନାଥ ନାୟକ, ସତ୍ୟନାରାୟଣ ମହାନ୍ତି, ବ୍ଲକ ଯୁବ ସଭାପତି ଘାସି ନାଗ, ଏମ.ବାଲାଜୀ ରାଓ, ମହନ ଶ୍ରୀକିଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ ! ଏହି ସାଧାରଣ ସଭା ଓ କର୍ମୀ ସମ୍ମିଳନୀରେ ବ୍ଲକର ପ୍ରାୟ ୨ହଜାରରୁ ଉର୍ଦ୍ଧ କର୍ମୀ ଯୋଗଦାନ କରିଥିବାର ଦେଖାଯାଇଛି !

No Result
View All Result