No Result
View All Result

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପ୍ରଦେଶ କଂଗ୍ରେସ ସେବାଦଳ ଅଧକ୍ଷ ସୂଭେନ୍ଧୁ ମହାନ୍ତି ଙ୍କ ନିର୍ଦେଶ କର୍ମେ ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ତରଫରୁ ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ା ଗ୍ରାମପଞ୍ଚାୟତରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ଭୋଟ୍ ଚୋରି ପ୍ରସଙ୍ଗରେ ଜନସଚେତନତା ପାଇଁ ଗାଁ ଗାଁ ବୁଲି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେବାଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ବିରୁଡ଼ାସ୍ଥିତ ଗାନ୍ଧୀ

ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତଳନ କରିବା ସହ ସାମୂହିକ ଭାବେ ଗାଁ ସଫେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହାପରେ ସେବାଦଳର କର୍ମୀମାନେ ଗାଁ ଗାଁ ବୁଲି ପଦଯାତ୍ରା କରିଥିଲେ ଏବଂ ‘ଭୋଟ୍ ଚୋରି’ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ: ନୟାଗଡ଼ ଜିଲ୍ଲା ସେବାଦଳ ସଭାପତି: ଦିଗାମ୍ବର ବେହେରା ଓବିସି ସେଲ୍ ଜିଲ୍ଲା ସଭାପତି: ପୀତବାସ ଖୁଣ୍ଟିଆ ଉମେଶ ପଟ୍ଟନାୟକ (ପୂର୍ବତନ ସମିତି ସଭ୍ୟ), ପ୍ରଫୁଲ୍ଲ କୁମାର ମିଶ୍ର,ବିଜୟ କୁମାର ଦାସ, ରାଜ କିଶୋର ସାହୁ, ମାଗୁଣି ମହାପାତ୍ର, ଝିଲି ସ୍ୱାଇଁ, ଶଙ୍କର ମୁଦୁଲି, ବିନାୟକ ମଣ୍ଡଳ, ସୁରେଶ ଚନ୍ଦ୍ର ମହାରଣା, ଦୁତି କୃଷ୍ଣ ସାମନ୍ତରାୟ, ଆନ୍ତର୍ଜାମୀ ସାହୁ, ଏବଂ ଶଶିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

No Result
View All Result