
ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ କୋଠା ଚଳିତ ଅକ୍ଟୋବରରେ ସ୍ତନ କର୍କଟ ସଚେତନତା ମାସ ପାଳନ କରିବାକୁ ଗୋଲାପି ରଙ୍ଗରେ ଶୋଭାପାଉଛି । ଆଦ୍ୟ ରୋଗ ନିରୂପଣ ଜୀବନ ବଞ୍ଚାଇଥାଏ ବୋଲି ଭୁବନେଶ୍ୱର ଜନସାଧାରଣଙ୍କୁ ସ୍ମରଣ କରାଇଦେବାକୁ ଏହି ଆଲୋକୀକରଣ ଏକ ଦୃଶ୍ୟମାନ ସ୍ମାରକ ହୋଇଛି । ଏହି ଅଭିଯାନ ସହିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ପ୍ରଦାନ କରୁଛି, ଯାହା ସମଗ୍ର ସହରରେ ମହିଳାମାନଙ୍କ ନିମନ୍ତେ ସ୍ତନ କର୍କଟ ଯାଞ୍ଚକୁ ଅଧିକ ସୁଲଭ୍ୟ କରୁଛି ।

ଭାରତରେ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ସବୁଠାରୁ ସାଧାରଣ ଅଟେ ଏବଂ ଅନେକ କ୍ଷେତ୍ରରେ ଏହା ବିଳମ୍ବିତ ପର୍ଯ୍ୟାୟରେ ନିରୂପଣ କରାଯାଇଥାଏ । ଆଦ୍ୟ ଅବସ୍ଥାରେ ଚିହ୍ନଟ କରାଗଲେ ଏହା ଯଥେଷ୍ଟ ଅଧିକ ଚିକିତ୍ସାଯୋଗ୍ୟ ଏବଂ ବଞ୍ଚିବା ହାର ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଥାଏ । ଅକ୍ଟୋବର ମାସ ବିଶ୍ୱବ୍ୟାପୀ ସ୍ତନ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଉଛି, ଏବଂ ଏହାର ପ୍ରତୀକ ଗୋଲାପୀ ରଙ୍ଗର ଫିତା ହୋଇଛି । କୋଠାକୁ ଗୋଲାପୀ ରଙ୍ଗର ଆଲୋକରେ ସଜାଇ କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ଜନସାଧାରଣଙ୍କ ଘର ଓ କାର୍ଯ୍ୟସ୍ଥଳ ଗୁଡିକରେ ଆତ୍ମ-ପରୀକ୍ଷଣ, ନିୟମିତ ଯାଞ୍ଚ ଏବଂ ସମୟୋଚିତ ଡାକ୍ତରୀ ପରାମର୍ଶ ସମ୍ପର୍କରେ ଆଲୋଚନା ଆରମ୍ଭ କରିବାକୁ ଆଶା ରଖିଛି ।
ସୋନୋମାମ୍ମୋଗ୍ରାଫି (ସ୍ତନ ଅଲ୍ଟ୍ରାସାଉଣ୍ଡ) ଏକ ନିରାପଦ, ଯନ୍ତ୍ରଣାବିହୀନ ଏବଂ ବିକିରଣ-ମୁକ୍ତ ଇମେଜିଂ ପରୀକ୍ଷା । ଅନେକ ସମୟରେ ଏହାକୁ ଗଣ୍ଠିଗୁଡିକର ମୂଲ୍ୟାଙ୍କନ କରିବା, ସ୍ତନର ଘନ ତନ୍ତୁକୁ ପରୀକ୍ଷା କରିବା ଏବଂ ମାମ୍ମୋଗ୍ରାଫିକୁ ସହାୟକ ହେବା ନିମନ୍ତେ ବ୍ୟବହାର କରାଯାଇଥାଏ ଏବଂ ସାଧାରଣତଃ ଏହା କମ୍ ବୟସର ମହିଳାମାନଙ୍କ ନିମନ୍ତେ ସୁପାରିଶ କରାଯାଏ । ଯେଉଁ ମହିଳା ଏକ ଗଣ୍ଠି ବା ମାଂସ ପିଣ୍ଡୁଳା ଠାବ କରନ୍ତି, ସ୍ତନର ଆକାର ଅଥବା ଚର୍ମରେ ପରିବର୍ତ୍ତନ, ନିପଲ୍ରୁ ଡିସଚାର୍ଜ (ତରଳ ପଦାର୍ଥ ନିର୍ଗତ) ଅଥବା ଲଗାତର ଯନ୍ତ୍ରଣା ଅନୁଭବ କରନ୍ତି ସେମାନେ ଆଦୌ ବିଳମ୍ବ ନକରି ଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରବାକୁ ଉତ୍ସାହିତ କରାଯାଉଛି ।
ମହିଳାମାନଙ୍କୁ ଯାଞ୍ଚ ନିମନ୍ତେ ପ୍ରଥମ ପଦକ୍ଷେପ ନେବାକୁ ଉତ୍ସାହିତ କରିବା ସକାଶେ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ଅବସରରେ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ପ୍ରଦାନ କରୁଛି । ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଫର୍ ବୈଧ ଅଛି । ମହିଳାମାନେ ମଧ୍ୟ ସେମାନଙ୍କ ଯାଞ୍ଚ ପୂର୍ବ ଅଥବା ପରବର୍ତ୍ତୀ ସମୟରେ ସେଣ୍ଟର୍ର ସ୍ପେଶାଲିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଅର୍ଥୋପେଡିକ ଓ ନୁ୍ୟରୋଲୋଜି ସ୍ପେଶାଲିଷ୍ଟ ଉପଲବ୍ଧ ଅଛନ୍ତି । “ଆମ କୋଠାରେ ପ୍ରତ୍ୟେକ ଗୋଲାପୀ ଆଲୋକ ଜଣେ ମହିଳାଙ୍କ ନିମନ୍ତେ ରହିଛି ଯିଏ ଆଦ୍ୟ ନିରୂପଣର ହକ୍ଦାର,” ବୋଲି ଗୌର ପଟ୍ଟନାୟକ, ଡିଜିଏମ୍- ସେଲ୍ସ୍- ଶ୍ରୀ ଉଷା ପାୱାର୍ଡ ବାଏ କିୟୋରବେ ଡାଏଗ୍ନୋଷ୍ଟିକ୍ସ କହିଥିଲେ ।
“ଭୟ ଓ କୁଣ୍ଠାବୋଧ ଅନେକ ସମୟରେ ମହିଳାମାନଙ୍କୁ ଯାଞ୍ଚରୁ ଦୂରେଇ ରଖିଥାଏ । ଏହି ଅଭିଯାନ ଏବଂ ଆମର ସୋନୋମାମ୍ମୋଗ୍ରାଫି ଅଫର ଜରିଆରେ ଆମେ ଯାଞ୍ଚ ପ୍ରକ୍ରିୟାକୁ ଭୁବନେଶ୍ୱରର ପ୍ରତ୍ୟେକ ପରିବାର ନିମନ୍ତେ ସରଳ, ସୁଲଭ ଏବଂ କଳଙ୍କମୁକ୍ତ କରିବାକୁ ଚାହୁଁଛୁ ।” “କିୟୋରବେ ରେ ଆମେ ବିଶ୍ୱାସ କରୁ ଯେ ଗୁଣାତ୍ମକ ନିଦାନ ସେବା ପ୍ରତ୍ୟେକଙ୍କ ନିମନ୍ତେ ଉପଲବ୍ଧ ହେବା ଉଚିତ,” ବୋଲି ସଚିନ ଦାସ ବର୍ମା, ହେଡ୍-ବ୍ରାଣ୍ଡିଂ, କିୟୋରବେ କହିଥିଲେ । “ସଚେତନତା ହେଉଛି ପ୍ରଥମ ପଦକ୍ଷେପ, ଏବଂ ସମୟୋଚିତ ଯାଞ୍ଚ ପରବର୍ତ୍ତୀ ପଦକ୍ଷେପ । ଆମେ ମହିଳାମାନଙ୍କୁ ଚଳିତ ଅକ୍ଟୋବର ଓ ତାହା ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବାକୁ ନିବେଦନ କରୁଛୁ ।”













