ଭୁବନେଶ୍ୱର, ରିପୋର୍ଟ / ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ ) ରଣପୁର ରେ ସି ଆଇ ଟି ୟୁ ,୦୧ ମଇ,ଶୁକ୍ରବାର :- ରଣପୁର ରେ ସି ଆଇ ଟି ୟୁ ତରଫ ରୁ ବିଶ୍ଵ ପ୍ରତିଷ୍ଠା ଦିବସ ପାଳିତ । ମେ ପହିଲା ୨୦୨୦ ସି ଆଇ ଟି ୟୁ ଭାରତୀୟ ଶ୍ରମିକ ସଂଗଠନ ର କେନ୍ଦ୍ର ତରଫରୁ ରଣପୁର ରେ ବିଶ୍ଵ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀ ରେ ରଣପୁର ସ୍ଥିତ ଶହୀଦ ରଘୁଦିବାକର ଭବନ ଠାରେ ଶ୍ରମିକ ମାନଙ୍କର ରକ୍ତ ପତଳା ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବୟୋଜ୍ୟେଷ୍ଠ ଶ୍ରମିକ ନେତା ସାକ୍ଷୀ ହରିଶ୍ଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ ।
ଏବଂ ଉପସ୍ଥିତ ସାଥୀ ମାନେ ସହିଦ ବେଦି ରେ ମାଲ୍ୟର୍ପଣ କରିଥିଲେ ଏବଂ ସାଥୀ ଭିକାରି ଚରଣ ସାହୁ ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ସଭା ସାମାଜିକ ଦୂରତ୍ୱ ରଖି ଅନୁଷ୍ଠିତ ହୋଇ ଥିଲା । କରୋନା ମୁକାବିଲା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହ ମାଲିକ ସପକ୍ଷବାଦି ଶ୍ରମିକ ବିରୋଧି ନିତୀ ବିରୁଧ ରେ ଲଢ଼ିବା ଆଠ ଘଣ୍ଟା କାର୍ଯ୍ୟ ଦିବସ କୁ କାଏମ୍ ରଖିବା ପ୍ରବାସୀ ଶ୍ରମିକ ଓ ପରିବାର ଗୁଡିକୁ ଆର୍ଥିକ ସହାୟତା ପାଇଁ ଶ୍ରମିକ ଶ୍ରେଣୀର ହଂତି ରକ୍ଷା କରି ପୁଞ୍ଜି ବାଦି ବ୍ୟବସ୍ଥା ବିରୁଧ ରେ ଲଢ଼ିବା ପାଈଁ ଶପଥ ନେଇଥିଲେ ।
ଏହି ଆଲୋଚନା ସଭାରେ ସି ଆଇ ଟି ୟୁ ରାଜ୍ୟ କମିଟି ସଦସ୍ୟ ସୁରେଶ ସ୍ୱାଇଁ , ନିତ୍ୟା ନନ୍ଦ ପରିଡା , ରାଜକିଶୋର ସେଠୀ , ସୁଶୀଲ ମହାନ୍ତି ପ୍ରମୁଖ ଆଲୋଚନା କରିଥିଲେ । ସେହିଭଳି ବିନୋଦପଡା ଠାରେ ଅନୁଷ୍ଠିତ ଶ୍ରମିକ ଦିବସ ରେ ଲୋଧାଚୁଆ ଗୋପୀମୋହନ ପୁର , ନରସିଂହ ପୁର ଠାରେ ସି ଆଇ ଟି ୟୁ ର ପତାକା ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ ।