ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ୦୧ ମଇ,ଶୁକ୍ରବାର :- ସିଲିଣ୍ଡର ପିଛା ବୃହତ ପରିମାଣର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହି ହ୍ରାସ ଅଣସବସିଡ଼ି ଟାଙ୍କି ଉପରେ ହୋଇଛି । କେନ୍ଦ୍ର ସରକାର ୧୪.୨ କିଲୋ ବିଶିଷ୍ଟ ଅଣସବସିଡ଼ି ଗ୍ୟାସ ଟାଙ୍କି ଉପରେ ୧୬୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି ।
ଏହି ଦର ହ୍ରାସ ହେବା ପରେ ୫୮୧. ୫୦ ଟଙ୍କାରେ ଉପଲବ୍ଧ ହୋଇ ପାରିବ । ସେହିପରି ୧୯ କିଲୋଗ୍ରାମ ଟାଙ୍କିରେ ୨୫୬ ଟଙ୍କା ହ୍ରାସ ହୋଇଛି । ଏହି ଦର ହ୍ରାସ ପରେ ୧୯ କିଲୋ ବିଶିଷ୍ଟ ଟାଙ୍କି ୧୦୨୯ ଟଙ୍କା ୫୦ ଟଙ୍କାରେ ପହଞ୍ଚିଛି ।












