ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ୦୧ ମଇ,ଶୁକ୍ରବାର : – ମଇ ପହିଲା ହେଉଛି ଐତିହାସିକ ବିଶ୍ୱ ଶ୍ରମିକ ଦିବସ । ସମଗ୍ର ବିଶ୍ୱର ଶ୍ରମିକ ଶ୍ରେଣୀ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଦିବସ । ଆସନ୍ତା କାଲି 132 ତମ ଶ୍ରମିକ ଦିବସ ସମଗ୍ର ବିଶ୍ୱରେ ପାଳନ ହେବ । ଦା ହତୁଡି ଖଚିତ ଲାଲ ପତାକା ଉତ୍ତୋଳିତ କରି ଶ୍ରମିକମାନେ ବଜ୍ର ଶପଥ ନେବେ ଶ୍ରମର ଉଚିତ ପ୍ରାପ୍ୟ, କାମର ସ୍ଥାୟୀତ୍ୱ, ବିଶ୍ରାମ, ଵୋନାଶ ବୀମା ଇତ୍ୟାଦି ନିଜର ତେଲ ଲୁଣ ସଂସାର ପାଇଁ। ଯେଉଁ ଦାବୀ ହାସଲ ପାଇଁ 1886 ମସିହା ମଇ 4 ତାରିଖ ଦିନ ଆମେରିକାର ଚିକାଗୋ ସହରରେ 4 ଲକ୍ଷ ରୁ ଅଧିକ ଶ୍ରମିକ ସମବେତ ହୋଇ ତୃପ୍ତ କଣ୍ଠରେ ଦାବୀ କରିଥିଲେ ଦୈନିକ 8 ଘଣ୍ଟା କାମର ସମୟ ନିର୍ଘଣ୍ଟ ଓ ଏକ ଦିନର ରୋଜ। ଯାହା ପୂର୍ବରୁ ନଥିଲା ଓ ମାଲିକ ମନେ ମନ ଇଛା ଖଟାଉଥିଲେ। ଲଢେଇ ର ମୈଦାନ ଉପରେ ଝାମ୍ପି ପଡିଥିଲା ମାଲିକ ଶ୍ରେଣୀର ଦଲାଲ ରକ୍ଷାକରି ପୁଲିସ ର ଗୁଳି ଆଉ ଲାଠି।

ପିନ୍ଧା ବସ୍ତ୍ର ଶ୍ରମିକ ର ରକ୍ତରେ ଲାଲ ହୋଇଥିଲା । ଆଉ ସେହି ଲାଲ ରକ୍ତଭିଜା ବସ୍ତ୍ର କୁ ଝଣ୍ଡା ଭଳି ଉଡାଇ ଶ୍ରମିକ ମାନେ ବଜ୍ର ଶପଥ ନେଇ ଆଗେଇ ଚାଲିଥିଲେ ଏବଂ ସାଫଲ୍ୟ ମଣ୍ଡିତ ହୋଇଥିଲେ। ସେହିଦିନଠାରୁ ଶ୍ରମିକଶ୍ରେଣୀର ଝଣ୍ଡା ଲାଲ ବର୍ଣ୍ଣ ହୋଇଗଲା। କ୍ରମେ ଏହା ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହେଲା। ପରେ 1889 ମେ ଏକ ତାରିଖ ଠାରୁ ବିଶ୍ୱ ଶ୍ରମିକ ଦିବସ ଭାବରେ ପାଳନ ହେଉଛି। ବନ୍ଧୁଗଣ, ଆଜିର ଆର୍ଥିକ ଉଡରିକରଣ ଯୁଗରେ ଏହି ଐତିହାସିକ ଦିବସ ତାତ୍ପର୍ଯ୍ୟ ବହନ କରୁଛି। ଶ୍ରମିକ ର ଶ୍ରମ ଅନୁଯାୟୀ ମଜୁରୀ ମିଳୁନାହିଁ, ଚାକିରିର ସ୍ଥାୟୀତ୍ୱ ନାହିଁ, କାମ କରିବାର ନିର୍ଦ୍ଧିଷ୍ଟ ସମୟ ନାହିଁ ସଂଗଠିତ ଅଫିସ ଦପ୍ତରରେ, କାମ ମିଳୁନାହିଁ, ସର୍ଭିସ ପ୍ରୋଭାଇଡର ସଂସ୍ଥା ଦ୍ୱାରା ଅସ୍ଥାୟୀ ଭାବରେ କାମ କରିବାକୁ ପଡୁଛି। ପ୍ରଫେସର ଠାରୁ ଦପ୍ତରୀ ଦରୱାନ ପର୍ଯ୍ୟନ୍ତ ଅସ୍ଥାୟୀ। ବୟସାଧିକ ରେ ଛୋଟେଇ ପରେ ପେନସନ ନାହିଁ। ଗ୍ରାଟୁଇଟି ଵୋନସ କଥା କିଏ ପଚାରୁଛି। ଆନ୍ଦୋଳନ କଲେ କାମରୁ ଛୋଟେଇ ଓ ବେଆନି କେଶ ଭୋଗୁଛି ଶ୍ରମିକ। ଲକ୍ଷ ଲକ୍ଷ ବେକାର ସହର ଠୁ ଗ୍ରାମ୍ୟ ଚାରିଆଡେ ପୁର୍ନ।

ଯୁବକ ହାତରେ ମଦ ବୋତଲ ଧରାଇ ଦେଇ ଶାସକ ଦଳର ନେତାମାନେ ନିର୍ବାଚନରେ ପ୍ରଚାର ଯନ୍ତ୍ର ସଜାଇ ଦେଇ ଫାଇଦା ନେଉଛନ୍ତି। ନିଜ ସପକ୍ଷରେ ହକ ମାଗିବାର ଜୁ ନାହିଁ ଯୁବକ ପାଖରେ। ଉଚ୍ଚ ଶିକ୍ଷିତ ଡିଗ୍ରିଧରି ଯୁବକ ଯୁବତୀ ମନେ ବ।ର ଦ୍ୱାର ଶୁଣ୍ଢି ପିଣ୍ଡା ହେଉଛନ୍ତି। ସେମାନଙ୍କୁ ଜାତୀୟତା ନାମରେ କୁଶ୍ଚିତ ଧର୍ମନଧାତାର ନାରା ଶିଖାଇ ଦିଆଯାଇଛି। ଦେଶ ମାତୃକା, ଭାଇଚାରା ଓ ଶାନ୍ତି ପ୍ରଗତି ଆଜି ପ୍ରଶ୍ନବାଚୀ। ସରକାରୀ ଶିଳ୍ପ ସଂସ୍ଥା ବିକ୍ରି କରି ଅମ୍ବାନୀ ଆଦାନ, ବେଦାନ୍ତ, ଜିନ୍ଦଲ, ଭୂଷଣ, ବିର୍ଲା ଭଳିଏକଚାଟିଆ ପୁଞ୍ଜିପତି ଶ୍ରେଣୀ ହାତରେ ଦେଶର ସମସ୍ତ ଖଣି ଖଦାନ କୁ ଟେକି ଦେଇ ସରକାରୀ ଦଳ ନିଜର ରାଜନୈତିକ ଫାଇଦା ନେଉଛି। ଶ୍ରମିକଶ୍ରେଣୀ ଦିନକୁ ଦିନ ଦରିଦ୍ର ହୋଇ ଯାଉଛି। ସମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱ ବ।ସି କରନା ଭାଇରସ ଭଳି ଏକ ନୂତନ ସଂକ୍ରମିତ ରୋଗରେ ଛଟପଟ । ସମସ୍ତ କର୍ମ କ୍ଷେତ୍ର , ଦୋକାନ ବଜାର ଖଣି ଖଦାନ ଶିଳ୍ପକାରଖାନା ବନ୍ଦ ହେବାରୁ ବିଭିନ୍ନ ସ୍ଥାନରେ କୋଟି କୋଟି ଶ୍ରମିକ ଉପାସ ଭୋକରେ ଫସି ରହିଛନ୍ତି। କିଛି ବିଚାର ବିମର୍ଷ ନକରି ହଠାତ ସମଗ୍ର ଭାରତ କୁ ଲକଡାଉନ କେନ୍ଦ୍ର ସରକାର କରିଦେବା ଫଳରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଚାଲି ଚାଲି ନିଜ ଜନ୍ମ ସ୍ଥାନରେ ପହଞ୍ଚିବାକୁ ପଛାଇନାହିଁ।

ବାଟରେ ନଖାଇ ନପିଇ ପୋଲିସ ଲାଠି ମାଡ ଗାଳି ଖାଇଛି। ଦେଶର ଏହି ଘଡିସନ୍ଧିରେ ସବୁଠୁ ବେଶି କଷ୍ଟ ସହିଛି ଶ୍ରମିକ। ଏହି ସମୟରେ ପାଳନ କରିବାକୁ ଶ୍ରମିକ ଶ୍ରେଣୀ ଯାଉଛି 2020 ମସିହାର ଏହି ଐତିହାସିକ ଦିବସ ଶ୍ରମିକର ରୋଜି ରୋଟି ର ଗ୍ୟାରେଣ୍ଟି ଓ ପାରିବାରିକ ସୁରକ୍ଷା ପ୍ରଶ୍ନର ପ୍ରାସଙ୍ଗିକତା ବହନ କରୁଛି । ବିଦେଶରୁ ଉଡାଯାହାଜରେ ଆସିଥିବା ଏହି ଦୁରାରୋଗ୍ୟ ଭାଇରସ ଆଜି ଶ୍ରମିକ ର ତେଲ ଲୁଣ ସଂସାର କୁ ଛାର ଖର କରିଦେଇଛି। ତେଣୁ ଏହି ଅବସରରେ ଆମକୁ ମାନବିକ ମୂଲ୍ୟବୋଧ ଦୃଷ୍ଟିରୁ ବିଚାର କରି ଦେଶର ପ୍ରଗତିରେ ନିୟୋଜିତ ଥିବା ଶ୍ରମିକଶ୍ରେଣୀ ର ନାରାପଦ ଜୀବନ ପାଈଁ ଚିନ୍ତା କରିବାକୁ ପଡିବ। ଜାତି ଧର୍ମ ହିଂସା ଦ୍ୱେଷ ନିର୍ବିଶେଷରେ ଶ୍ରମିକମାନକୁ ଏହି ଐତିହାସିକ ଲଲଝଣ୍ଡାତଳେ ଶପଥ ନେବାକୁ ପଡିବ ନିଜର ସୁରକ୍ଷା ଓ ପ୍ରଗତି ପାଇଁ।