
ରାଜ୍ୟରେ ମୋଟ ୧୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣ ଚିକିତ୍ସି ହେଉଥିବା ବେଳେ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷରେଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୩ଟି ସ୍ୱତନ୍ତ୍ର ଟିମ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରୁଛି ।
ଯାଜପୁର,ଭଦ୍ରକ,ରିପୋର୍ଟ /ରଶ୍ମିରେଖା ମଲ୍ଲିକ /ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍ ) 0୧ ମଇ,ଶୁକ୍ରବାର : – ରାଜ୍ୟରେ ଆଉ ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣ ଯାଜପୁର ଜିଲ୍ଲାର ଆକ୍ରାନ୍ତ ବୋଲି ସୂଚନା ଦିଆଯାଇଛି । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଁଚିଛି । ଏମାନେ ସଂକ୍ରମଣ ଅଂଚଳର ବୋଲି କୁହାଯାଉଛି । ଯାଜପୁର ଏବେ ରେଡଜୋନରେ ଥିବା ବେଳେ ରାଜ୍ୟରେ ଗୋଟିକ ପରେ ଗୋଟିଏ ଆକ୍ରାନ୍ତ ସଂଖ୍ୟାରେ ଯୋଡି ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହା ପୂର୍ବରୁ ବଲାଙ୍ଗୀରରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ତେବେ ବଲାଙ୍ଗୀରରେ ପ୍ରଥମ ଥର ପାଇଁ କରୋନା ପ୍ରବେଶ କରିଛି । ଗୋଟିଏ ପରିବାରର ଓ ତାମିଲନାଡୁରୁ ଫେରିଥିବା ଜଣାପଡିଛି । ସେମାନଙ୍କ ବୟସ ୨୨ ଓ ୧୮ ବର୍ଷ ହେବ । ସେମାନେ କ୍ୱାରରେନଟାଇରେ ଥିଲେ କି ନାହିଁ, ଓ କାହା ସଂସ୍ପର୍ଷରେ ଆସିଛନ୍ତି, ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ବଲାଙ୍ଗୀରକୁ ମିଶାଇ ମୋଟ ୧୫ ରାଜ୍ୟକୁ କରୋନାକୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ବାଲେଶ୍ୱରରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ ୧୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣ ଚିକିତ୍ସି ହେଉଥିବା ବେଳେ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି । ଅପରପକ୍ଷରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୩ଟି ସ୍ୱତନ୍ତ୍ର ଟିମ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରୁଛି ।












