
ନୟାଗଡ ଜିଲ୍ଲା, ଓଡଗାଁ, ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍ ) ୪୬ ଜଣ ପହଁଞ୍ଚିଲେ ନୟାଗଡ ଜିଲ୍ଲା ରେ,୦୧ ମଇ,ଶୁକ୍ରବାର : – ସୁରତରୁ ବାହାରିଥିବା ଗାଡିରେ ୪୬ ଜଣ ପହଁଞ୍ଚିଲେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ସ୍ଥିତ ସାକେରୀ ଗ୍ରାମରେ ସମସ୍ତେ ରହିଲେ ସଙ୍ଗରୋଧରେ ଦୁଇଦିନ ତଳେ ଗୁଜୁରାଟ ରାଧ୍ୟର ସୁରତ ଠାରେ ଲକଡାଉନ ପରିପ୍ରେକ୍ଷିରେ ଫସି ରହିଥିବା ଓଡିଆଙ୍କୁ ଧରି ବାହାରିଥିବା ବସଟି ମଧ୍ୟ ରାତ୍ରରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକର ସାକେରୀ ଗ୍ରାମ ଠାରେ ପହଁଞ୍ଚିଛି ।
ସେଥିରେ ଆସିଥିବା ୪୬ ଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି।ତେବେ ବସଟି ପହଁଞ୍ଚିବା କ୍ଷଣି ନୟାଗଡ ଜିଲ୍ଲା ପ୍ରସାଶନ ତରଫରୁ ତତ୍ କ୍ଷଣାତ ଆଗରୁ ସୁବନ୍ଦୋବସ୍ତ କରାଯାଇଥିବା ସାକେରୀର ରାହାସ ବିଦ୍ୟାପୀଠରେ ସଙ୍ଗରୋଧ (କ୍ୱାରେଣ୍ଟାଇନ)ରେ ରଖିଯାଇଛି । ସୁରତ ରୁ ବାହାରିଥିବା ଏହି ବସଟି କନ୍ଧମାଳ ଜିଲ୍ଲା ହୋଇ ନୟାଗଡ ଜିଲ୍ଲାର ମହିପୁର ହୋଇ ନୟାଗଡ ଜିଲ୍ଲାରେ ପ୍ରବେଶ କରିଥିବା ଜଣା ପଡିଛି ।















