No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାର) ଭୁବନେଶ୍ୱର :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରାଜନୀତିରେ ଏବେ ସବୁ ଅସମ୍ଭବ ସମ୍ଭବ ହୋଇଛି, ଗାଦି ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି କଂଗ୍ରେସ ଓ ବିଜେପି ନେତା,ଡବଲ ମର୍ଡର ଘଟଣାକୁ ଢାଲ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଗୋଟି ଚଳାଇଛି କଂଗ୍ରେସ, ଗୋଟିଏ ଗୁଳିରେ ଦୁଇଦୁଇଟି ଶିକାର କରିବାକୁ କଂଗ୍ରେସ ଗୋଟି ଚାଳନା କରିଥିବାବେଳେ ବିଜେପି କିନ୍ତୁ ଦେଖଣାହାରୀ ପାଲଟିଛି,ଏଭଳି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃତାଙ୍ଗ ଗ୍ରାମରେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପି ନେତାଙ୍କୁ ନ୍ୟାୟ ଦେବା ନାଁ ରେ ନିଜର କ୍ରେଜ ବଢାଇବାକୁ କଳ ବଳ ଲଗାଇଦେଇଛନ୍ତି ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଏପରିକି ମାହାଙ୍ଗା ଡବଲ ମର୍ଡର ଘଟଣାର ମୃତ ବିଜେପି ନେତାଙ୍କୁ ସମବେଦନା ଜଣାଇବା ଆଳରେ କଂଗ୍ରେସ ରାଜନୀତି ଆରମ୍ଭ କରିଦେଇଛି,
ଜାତୀୟ କଂଗ୍ରେସ ର ସମ୍ପାଦକ ତଥା ଓଡିଶା ପ୍ରବାରି ଏ ଚେଲା କୁମାରଙ୍କୁ ଜନଯାଗରଣ ଯାତ୍ରା ରେ ଯୋଗଦେବା ଆଳରେ ବିଜେପି ନେତାଙ୍କ ଘରେ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ମାହାଙ୍ଗା କଂଗ୍ରେସ, ଯାହା ସମ୍ପର୍କରେ ପୂର୍ବରୁ ଚେଲା କୁମାର ଅବଗତ ଥିଲେ ନା ତାଙ୍କୁ ଅନ୍ଧାରରେ ରଖି ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି ତାହାକୁ ନେଇ ମାହାଙ୍ଗା ର ପୁରୁଖା କଂଗ୍ରେସ କର୍ମୀ ମାନେ ପ୍ରଶ୍ନ ଉଠାଇଛନ୍ତି, ବିଜେପି ମଣ୍ଡଳ ପ୍ରବାରି କୁଳମଣିଙ୍କୁ ହତ୍ୟା କରଯିବାପରେ ତାଙ୍କ ପୁଅ ରମାକାନ୍ତ ବରାଳଙ୍କ ଏତଲାକୁ ଭିତ୍ତିକରି ସ୍ଥାନୀୟ ପୋଲିସ 10 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା !
ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ନେଇ ପୋଲିସ ଡେମୋ ଦେଖାଇଥିଲା ! ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିଲା ! କିନ୍ତୁ ପୋଲିସ ତଦନ୍ତ ସମୟରେ ଏତଲାର 13 ନମ୍ବର ତାଲିକାରେ ରହିଥିବା ସ୍ଥାନୀୟ ବିଧାୟକଙ୍କ ନାଆଁକୁ ପୋଲିସ ବାଦ ଦେଇଥିବାରୁ ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖାଯାଇଥିଲା ! ତେବେ ସ୍ଥାନୀୟ ବିଧାୟକ ତଥା ଆଇନି ମନ୍ତ୍ରୀଙ୍କୁ ଏହି ହତ୍ୟା ଘଟଣାରେ ସଢଯନ୍ତ୍ରକାରୀ ଦର୍ଶାଇ କୁଳମଣିଙ୍କ ପୁଅ ବିଜେପି ନେତା ତଥା ନୁର୍ତ୍ତାଙ୍ଗ ପଂଚାୟତ ସମିତିସଭ୍ୟ ରମାକାନ୍ତ ବରାଳ ଅଭିଯୋଗ କରି ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ କାଠଗଡ଼ାକୁ ଟାଣିବାପାଇଁ ବିଭିନ୍ନ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା ! ଶେଷରେ ରମାକାନ୍ତ କୋର୍ଟର ଦ୍ୱାରସ୍ଥ ହେବାରୁ ପୁନର୍ବାର ଘଟଣାର ତଦନ୍ତ ପାଇଁ ମାହାଙ୍ଗା ଆଇଆଇସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେବାରୁ ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିଥିଲା !
ତେବେ ମାହାଙ୍ଗା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଜନଜାଗରଣ ଯାତ୍ରା ଆୟୋଜନ ନାଆଁରେ ଦଳର ରାଜ୍ୟ ପ୍ରବରୀ ଏ ଚେଲା କୁମାରଙ୍କୁ ନୁର୍ତ୍ତାଙ୍ଗ ବିଜେପି ନେତା ରମାକାନ୍ତ ବରାଳଙ୍କ ବାସଭବନକୁ ନିଆଯିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା, ଯୋଉଥିରେ ଚେଲାକୁମାର ସିଧାସିଧା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଭିନ୍ନ ମନ୍ତବ୍ୟ ଦେଇଥିଲେ, ଏହି ସମ୍ମିଳନୀରେ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଚେଲା କୁମାର ସମାଲୋଚନା କରୁଥିଲେ, ଯେଉଁଥିରୁ ସ୍ପଷ୍ଟ ବାରିହୋଇଯାଇଥିଲାକି ରାଜ୍ୟ ପ୍ରବାରି ଙ୍କୁ ବୋଧେ ସଠିକ ତଥ୍ୟ ଦିଆନଯାଇ ତାଙ୍କୁ ଅନ୍ଧାରରେ ରଖି ମାହାଙ୍ଗା କଂଗ୍ରେସ ନେତା ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଦାହରିଛି,
ଏପରି ଶୁଣିବାକୁ ମିଳିଛି କି ମୃତ କୁଳମଣିଙ୍କ ପୁତ୍ର ତଥା ବିଜେପି ନେତା ରମାକାନ୍ତ ବରାଳ ଚେଲା କୁମାରଙ୍କ ଉପସ୍ଥିତିରେ ବିଜେପି ଛାଡି କଂଗ୍ରେସ ଦଳରେ ମିଶିବାର ଥିଲା, ଯେଉଁଥି ପାଇଁ ଚେଲାକୁମାର ବଜେପି ନେତାଙ୍କ ଘରକୁ ଯାଇ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇଥିଲେ, କିନ୍ତୁ ଏହି ବିଜେପି ନେତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ବିଜେପି ର କିଛି ଆଗଧାଡ଼ିର ନେତା ମାନେ ସାମ୍ୱାଦିକ ସମ୍ମିଳନୀ ପୂର୍ବରୁ ତାଙ୍କ ଘରେ ଡେରାପକାଇ ବୁଝାବୁଝି କରିବାରୁ ସେ କଂଗ୍ରେସ ଦଳରେ ମିଶି ନାହାନ୍ତି ବୋଲି ମାହାଙ୍ଗାରେ ଚର୍ଚା ଜୋର ଧରିଛି, ବିଜେପି ନେତାଙ୍କ ଘରେ ଏପରି ଭାବରେ କଂଗ୍ରେସ ନେତାଙ୍କ ରାଜନୀତି ଗୋଟି ଚାଳନାକୁ ନେଇ ମାହାଙ୍ଗା ବିଜେପିରେ ଏକପ୍ରକାର ଭୂକମ୍ପ ସୃଷ୍ଟିହୋଇଛି,
No Result
View All Result