ହିଞ୍ଜିଳିକାଟୁ ,ରିପୋର୍ଟ / ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ପ୍ରବାସୀ ଫେରନ୍ତାଙ୍କ ପାଇଁ ପଂଚାୟତରେ ଚୁଡ଼ାନ୍ତ , ୩୦ ଏପ୍ରିଲ, ଗୁରୁବାର : – ହିଞ୍ଜିଳିକାଟୁ, ୱିତୀୟ ପର୍ଯ୍ୟାୟ ଲକଡ଼ାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଫସି ରହିଛନ୍ତି । ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ବଳବତର ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସେମାନଙ୍କ ଫେରିବା ବାଟକୁ ଅନୁମତି ପ୍ରଦାନ କରିଛି । ଆସନ୍ତା ୩ ତାରିଖ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଂଚାୟତରେ ପ୍ରବାସୀ ଫେରନ୍ତାଙ୍କ ଲାଗି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି ।
ଗୁରୁବାରେ ଏ ନେଇ ସ୍ଥାନୀୟ ବ୍ଳକ ମକରଝୋଳ କଲ୍ୟାଣମଣ୍ଡପ ପରିସରରେ ପିଇଓ ବୈଷ୍ଣବ ମଣ୍ଡଳଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ୍ରନୁଷ୍ଠିତ ହୋଇଯାଇଛି । ବର୍ତମାନ ସୁଦ୍ଧା ମୁମ୍ବାଇ, ସୁରଥ, ଦିଲ୍ଲୀ, କେରଳ ଆଦି ବିଭିନ୍ନ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ ଭିଟାମାଟିକୁ ଫେରିବା ସକାଶେ ନାମ ପଞ୍ଜିକରଣ କରିଛନ୍ତି । ସେମାନେ ଫେରିବା ପରେ ସେମାନଙ୍କ ଥର୍ମାଲ ସ୍କ୍ରୀନିଂ କରାଯାଇ ୧୪ ଦିନ ସଙ୍ଗାରୋଧ କେନ୍ଦ୍ରରେ ରଖାଯିବ । ଏଥିସହ ସେମାନଙ୍କର ରହିବା, ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଗ୍ରାମରେ କରାଯାଇଥିବା ସମସ୍ତ ଅସ୍ଥାୟୀ ସଙ୍ଗରୋଧ ପ୍ରକୋଷ୍ଠକୁ ବିଶୋଧନ କରାଯାଇଛି ।
ଏଥି ସକାଶେ ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଗ୍ରାମ ରୋଜଗାର ସେବକ ଓ ଆଶା ଦିଦି ମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ରୋଗର ଲକ୍ଷଣ ଥିବା ସନ୍ଦିଗ୍ଧଙ୍କୁ ଆଇସୋଲେସନ ପ୍ରକୋଷଷ୍ଠରେ ରଖାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ୱାବ ପରୀକ୍ଷା ସକାଶେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯିବ । କରୋନା ରୋଗରେ ପୀଡ଼ିତ ଥିବା ଜଣାପଡ଼ିଲେ ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ଼- ୧୯ ହସପିଟାଲକୁ ପଠାଯିବ ।ଏଥିସକାଶେ ସମସ୍ତେ ମିଳିମିଶି କାମ କରିବାକୁ ପ୍ରସ୍ତୁତ ରହିଲେ କରୋନା ଯୁଦ୍ଧରେ ବିଜୟ ସୁନିଶ୍ଚିତ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସରପଂଚ ଜି. ଏରମା, ସମିତିସଭ୍ୟା ଏନ. ସୁଦଷ୍ଣା, ଜି. ମୋହନ, ଜିଆରଏସ ପି. ଶକୁନ୍ତଳାଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟତଅୀ, ଅଙ୍ଗନୱାଡ଼ି ଓ ଆଶ କର୍ମୀ ଉପସ୍ଥିତ ଥିଲେ ।