ଭୁବନେଶ୍ୱର ,ରିପୋର୍ଟ / ଲକ୍ଷ୍ମୀଧର ଖୁଣ୍ଟିଆ ( ଓଡିଶା ତାଜା ନ୍ୟୁଜ୍ ) ଲକ ଡାଉନରେ ବାହାରେ ଥାଇବି ଗାଁ ଚିନ୍ତା, ୩୦ ଏପ୍ରିଲ, ଗୁରୁବାର : – କରୋନା ମହାମାରୀରେ ଗାଁ ଠାରୁ ବହୁଦୂରରେ ଥିଲେବି ଗାଁ ଲୋକଙ୍କ ସୁରକ୍ଷା କଥା ଚିନ୍ତା କରି ଗରିବ ଲୋକଙ୍କୁ କୋରୋନା ରୁ ବର୍ତ୍ତିବା ପାଇଁ ଗାଁ ଲୋକଙ୍କ ସହାୟତାର ହାତ ବଢ଼େଇଛନ୍ତି କଟକ ଜିଲ୍ଲା ମହଙ୍ଗା ବ୍ଲକ ମୂଳବସନ୍ତ ପଂଚାୟତ ର ପୂର୍ବତନ ସରପଂଚ ସ୍ବର୍ଗତ ଅଶୋକ ରାଉତ ଙ୍କ ସାନ ଭାଇ ଅକ୍ଷୟ ରାଉତ, ଏଥି ସହ ଗାଁରେ ବାଣ୍ଟିଛନ୍ତି ସାନିଟାଇଜର ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ, ସୁଦୂର ରାଉରକେଲାରେ ଥାଇଵି, ଭାଇଙ୍କ ସ୍ମୁତିକୁ ଉଜ୍ଜିବୀତ କରିବାକୁ ଗ୍ରାମର ଯୁବକ ମାନଙ୍କ ସହଯୋଗରେ ବିଭିନ୍ନ ପ୍ରକାର ଖାଦ୍ୟ, ସାନିଟାରୀ ସାମଗ୍ରୀ ଓ ମାସ୍କ ଗୁଣୁପୁର ବରୁଣେଇ ପୀଠରେ ବଣ୍ଟନକରାଇ ଥିଲେ l
ବଡ ଭାଇଙ୍କ ଅବର୍ତ୍ତମାନରେ ସେହି ପରିବାର ଲୋକେ ସେବା ଓ ସାହାଯ୍ୟ କରିବାର ମାନସିକତାକୁ ବାସ୍ତବ ରୂପଦେଇ ପ୍ରସଂସାର ପାତ୍ର ହୋଇପାରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବୈରାଗୀ ମିଶ୍ର ସ୍ମୁତି କମିଟି ସଭାପତି ଉପେନ୍ଦ୍ର ନାଥ ରଣା,ପ୍ରଶାନ୍ତ କର, ଅଜୟ ରାଉତ, ଦୀପକ ରାଉତ, ବଟକୃଷ୍ଣ ଦାଶ, ରାକେଶ ସାହୁ,ସଚିନ୍ଦ୍ର ସାହୁ, ବଳରାମ ସାହୁ,ଅରୁଣ ଲେଙ୍କା, ବୀରବର ଯେନା, ସତ୍ୟବ୍ରତ ସାମଲ, ମନୋଜ ନାୟକ,କ୍ଷୀରୋଦ ସାମଲ, ଧୀରେନ୍ଦ୍ର ସାମଲ, ନିଶାକର ସାହୁ, ଶରତ ସାମଲ, ସୁଦର୍ଶନ ନାୟକ, ସେକ ମୁନେଇ, ଏବଂ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l
ଏଥି ସହିତ ସମଦୂରତ୍ୱ ବଜାୟ ରଖିବା, ସାବୁନରେ ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଯାଇଥିଲା l ଏହି ମହତ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି, ସାମ୍ବାଦିକ ଦୀପକ ସାହୁ,ସାମ୍ବାଦିକ ରମେଶ ସାହୁ,ସାମ୍ବାଦିକ ସୁରେଶ ବଳ,ସାମ୍ବାଦିକ ଅଶୋକ ଦାଶ,ସାମ୍ବାଦିକ ଅଚ୍ୟୁତାନନ୍ଦ ନାୟକ, ସାମ୍ବାଦିକ ଅରୁଣ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କରୋନା ସଚେତନତା ଅଭିଯାନରେ ସାମିଲ ହୋଇ ଅଶୋକ ରାଉତ ସ୍ମୁତି କମିଟିର ସେବା ଓ ସହାୟତା ମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l