ଭୁବନେଶ୍ୱର ,ରିପୋର୍ଟ / ରଶ୍ମିରେଖା ମଲ୍ଲିକ ( ଓଡିଶା ତାଜା ନ୍ୟୁଜ୍ ) ୩୦ ଏପ୍ରିଲ, ଗୁରୁବାର : – ଆଜି ସକାଳେ ଯାଜପୁରରେ ୩ ଜଣ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଆଜି ଆଉ ୧୪ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏହା ୨୨ରେ ଥିଲା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଏହି ୧୪ ଜଣ ଯାକ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲାର । ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଂଚିଛି । ପୂର୍ବରୁ ଏହା ୨୨ରେ ଥିଲା । ଆଜି ସକାଳେ ଯାଜପୁରରେ ୩ ଜଣ ଚିହ୍ନଟ ହୋଇଥିଲେ ।
ଏବେ ୧୪ ଜଣକୁ ମିଶାଇ ୧୭ ଜଣ ଗୋଟିଏ ଦିନରେ ଯାଜପୁରରେ ଆକ୍ରାନ୍ତ ହେଲେଣି । ଯାଜପୁର ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି । ଗୋଟିଏ ଦିନରେ ୧୭ ସଂଖ୍ୟା ଆସିବା ନିଶ୍ଚୟ ଚିନ୍ତା ଜନକ ବିଷୟ । ପଶ୍ଚିମବଙ୍ଗ ଫେରନ୍ତା ଯାଜପୁର ପାଇଁ ମୁଖ୍ୟ ସମସ୍ୟା ହୋଇଛି । କେବଳ ଯାଜପୁର ନୁହେଁ, ରାଜ୍ୟ ପାଇଁ ମଧ୍ୟ ଏହା ବଡ ସମସ୍ୟା । ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତାରେ ସଂକଳ୍ପ କରାଇଛନ୍ତି । ବଙ୍ଗ ଫେରନ୍ତାମାନେ ଲୁଚିଛପି ପଳାଇ ଆସି ନିଜ ନିଜ ଅଂଚଳରେ ରହି ଲୋକଙ୍କ ସହ ବୁଲିବା ଫଳରେ ସଂକ୍ରମଣର ସଂଖ୍ୟା ବଢିଛି । ବର୍ତ୍ତମାନ ସୁଦ୍ଧା ଯାଜପୁରରେ ଜେତେଜଣ ସଂକ୍ରମିତ ହୋଇଛନ୍ତି, ସମସ୍ତଙ୍କର ପ୍ରାୟ ବଙ୍ଗ ଲିଙ୍କ ରହିଛି । ବର୍ତ୍ତମାନ ସୁଦ୍ଧା ୪୫ ଜଣ ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଯାଜପୁରର ଜଣେ ଅଛନ୍ତି ।