ନୟାଗଡରେ ପହଁଞ୍ଚିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନୀଲ ସାମଲ : ପି.ଟି.ଏସ. ସ୍ଥିତ କୋଭିଡ୍ କେୟାର ସେଣ୍ଟର,ଇଶ୍ବର କଲ୍ୟାଣ ମଣ୍ତପ ସ୍ଥିତ ସଙ୍ଗରୋଧ ଗୄହ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।
ନୟାଗଡ ବ୍ଲକ ,ରିପୋର୍ଟ /ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ ) ନୟାଗଡରେ ପହଁଞ୍ଚିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନୀଲ ସାମଲ ,୩୦ ଏପ୍ରିଲ, ଗୁରୁବାର :- କୋଭିଡ୍ ୧୯ ର ଟିକ୍ ନିକ୍ କଲେ ସମୀକ୍ଷା ସମଗ୍ର ବିଶ୍ବକୁ କରୋନା ବିଭିଷିକି ମଧ୍ୟକୁ ଠେଲି ଦେଇଥିବା ବେଳେ ଏହି କ୍ରମରେ ନୟାଗଡ ଜିଲ୍ଲାରେ ଜିଲ୍ଲା ପ୍ରସାଶନ ଏହାର ମୁକାବିଲା ପାଇଁ କି ପଦକ୍ଷେପ ନେଇଛି,ଜିଲ୍ଲାରେ କରୋନାର ସ୍ଥିତି କଣ ଏ ସମସ୍ତ ବିଷୟର ଟିକ୍ ନିକ ତର୍ଜମା ସହ ସମୀକ୍ଷା କରିଛନ୍ତି କଟକରୁ ଆସିଥିବା କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ରାଜସ୍ବ ସଚିବ ଅନିଲ ସାମଲ । ଏହା ପରେ ପି.ଟି.ଏସ. ସ୍ଥିତ କୋଭିଡ୍ କେୟାର ସେଣ୍ଟର,ଇଶ୍ବର କଲ୍ୟାଣ ମଣ୍ତପ ସ୍ଥିତ ସଙ୍ଗରୋଧ ଗୄହ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।
ଏହି ସମସ୍ତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଡଃ ପୋମା ଟୁଡୁ,ଅତିରିକ୍ତ ଜିଲ୍ଲାପାଳ ବିଧାନ ରାୟ,ପି.ଡି.ଡି.ଆର.ଡି.ଏ ସୁବାଷ ରାୟ,ଉପଜିଲ୍ଲାପାଳ ଲଗ୍ନଜିତ ରାଉତ,ସି.ଡି.ଏମ.ଓ ଡଃ ଶ୍ବେତ କୁମାର ମହାପାତ୍ର,ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିବା ଦେଖା ଯାଇଥିଲା ଏପରିକି ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖୀ ସେମାନେ ସରକାରୀ ଗାଇଡ୍ ଲାଇନ୍ ଆପଣେଇବା ଉପରେ ଆର.ଡି.ସି.ଶ୍ରୀଯୁକ୍ତ ସାମଲ ଗୁରୁତ୍ୱରୋପ କରିଥିବା ଦେଖାଯାଇଛି ।