ନୟାଗଡ଼ ,ରିପୋର୍ଟ /ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ ) ନାଗରିକ ମଞ୍ଚ ୫୫ ହଜାର ଟଙ୍କା ଦାନ ,ବୁଧବାର ,୨୯ ଏପ୍ରିଲ :- ନୟାଗଡ଼ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚରୁ ସଭାପତି ସମାଜସେବୀ ପ୍ରମୋଦ ପଟସାଧାରଣ ସମ୍ପାଦକ ଦୁର୍ଯ୍ୟଧନ ସାହୁ , ଉପଧେଷ୍ଠା କୁବେର ସାହୁ , ଯୁଗ୍ମ ସମ୍ପାଦକ ଏମ ଆଉରଙ୍ଗଜେବ କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମିଶ୍ର ପ୍ରମୁଖ ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଙ୍କୁ ସାକ୍ଷାତ କରି ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ମାନଙ୍କ ଠାରୁ ଆଦାୟ ହୋଇଥିଲା ୫୫ହଜାର ଟଙ୍କାର ଏକ ବ୍ୟାଙ୍କ ଚେକ୍ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫଫଣ୍ଡ କୁ ଦାନ କରିଥିଲେ ।
ଆସନ୍ତା ସପ୍ତାହରେ ନୟାଗଡ଼ ସହରାଞ୍ଚଳ ମଧ୍ୟରେ ଅଣସର ରେ ରହିବା ସମୟରେ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦୁଇ ଶହ ଧୋତି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ ଅତ୍ୟନ୍ତ ଖୁସି ପ୍ରକଟ କରିବା ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକ ମଞ୍ଚକୁ ଧନ୍ୟବାଦ ଦେଇଥିଲେ ।