No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି :- ୩ୟ ପୋଲିସ ବାଟାଲିୟନର ଭ୍ୟାନରେ ଶାଗୁଆନ କାଠ ଚୋରାଚାଲାଣ ଓ ଜବତ ଘଟଣାକୁ ନେ଼ଇ ବଦନାମ ହୋଇ ପଡ଼ିଥିବା ୩ୟପୋଲିସ ବାଟାଲିୟନ ରଭାବମୂର୍ତ୍ତି କୁ ବଜାୟରଖିବାକୁ ଆଜି ତଦନ୍ତ କରିବାକୁ ରାଜ୍ୟ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଆର୍.ପି.କୋଚେ ପହଂଚି ତଦନ୍ତ କରିଥିବାର ଜଣାପଡିଛି । ଶୁକ୍ରବାର ଅପରାହ୍ନରେ ଏଡିଜି ଶ୍ରୀ କୋଚେ ପହଂଚି ଥିଲେ । ଏହାପରେ ଗଜପତି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଦେବଗିରି ରେଞ୍ଜର ଫରେଷ୍ଟର ଶ୍ୟାମସୁନ୍ଦର କଳିଙ୍ଗ, ବନରକ୍ଷୀ ଶିବରାମ ସାବତ, ଅମୃତ ଜେନା, ଲକ୍ଷ୍ମୀଧର ପାଇକ, କେ.ଗିରଶ କୁମାର ଓ ସିଏଚ୍ ନାଗେଶ୍ୱର ରାଓଙ୍କ ସମେତ ୬ ଜଣଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି ।
ଏହାପରେ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ କରିଥିବାର ମଧ୍ୟ ଜଣାପଡିଛି । ଏହାପରେ ସେ ୩ୟ ବାଟାଲିୟନର କମାଣ୍ଡେଣ୍ଟ ଜୁରିଆ ବେହେରାଙ୍କୁ ଡାକି ମଧ୍ୟ ପଚରାଉଚୁରା କରିଥିଲେ । ଗିରଫ ୪ଜଣ ଓଏସ୍ ଏପି କର୍ମଚାରୀ ଏବେ ଜେଲ ହାଜତରେ ରହିଥିବାରୁ ସେମାନଙ୍କ ଜାମିନ ପରେ ପଚରାଉଚୁରା କରାଯିବ ବୋଲି କୁହାଯାଉଛି । ଏଡିଜି ଶ୍ରୀ କୋଚେ ନିଜ ଗସ୍ତ ସମ୍ପର୍କରେ କିଛି କହିବାକୁ ମନା କରିଥିବା ବେଳେ ଗଜପତି ଏସ୍ପି ଜୟରାମ ଶତପଥି କହିଥିଲେ ଯେ, ଏଡିଜି ପୋଲିସ୍ ଗାଡିରେ କାଠ ଚୋରାଚାଲାଣ ଘଟଣାର ତଦନ୍ତ ପାଇଁ ଆସିଛନ୍ତି ବୋଲି ସ୍ପଷ୍ଟ କରିଥିଲେ । ତେବେ ତଦନ୍ତ ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ଜିଲ୍ଲାପୋଲିସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ଚଳିତ ମାସ ୩ ତାରିଖ ସକାଳ ସମୟରେ ଗଜପତି ଜିଲ୍ଲା ବନ ବିଭାଗର ଦେବଗିରି ରେଞ୍ଜ ତରଫରୁ ପାରଳାଖେମୁଣ୍ଡି ସହରର ରାମସାଗର ଛକ ଠାରେ ତଲାସୀ ଚିଲିଥିଲା । ସେହି ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରିଜର୍ଭ ପୋଲିସ କଲୋନୀ ପରିସରରୁ ଭୁବନେଶ୍ୱର ସର୍ଭିସିଂ ପାଇଁ ଯାଉଥିବା ପୋଲିସ ବିଭାଗର ଭ୍ୟାନ ଓଡି ୦୫ଏକେ ୫୭୩୩ ନମ୍ବର ବିଶିଷ୍ଟ ଟ୍ରକକୁ ବନବିଭାଗ କର୍ମଚାରୀମାନେ ତଲାସୀ କରିଥିଲେ । ସେଥିରୁ ମୂଲ୍ୟବାନ ସାଗୁଆନ କାଠ ଥିବାର ସେମାନେ ଦେଖିଥିଲେ । ତୁରନ୍ତ ପୋଲିସ ୩୩.୮୮ କ୍ୟୁଏଫଟି କାଠ ସହ ଟ୍ରକକୁ ଜବତ କରିଥିଲେ ।
ଘଟଣାରେ ସମ୍ପୃକ୍ତ ୪ଜଣ ଓଏସ୍ଏପି ୩ୟ ବାଟାଲିୟନର ଗ୍ରାଡି ଡ୍ରାଇଭର ଶ୍ରୀଧର ମହାପାତ୍ର, ଜବାନ ଭରତ ମହାଙ୍ଗୁଡ, ଯଶବନ୍ତାଚାର୍ଯ୍ୟ ଓ ଚିନ୍ମୟ ବେହେରା ପ୍ରମୁଖଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରାଯାଇଥିଲା । ପରବର୍ତ୍ତୀ ସମୟରେ ଏମାନେ ଦୋଷ ସ୍ୱୀକାର କରିବାରୁ ୪ଜଣଙ୍କୁ ଗିରଫ କରିଥିଲା ପାରଳାଖେମୁଣ୍ଡି ବନଖଣ୍ଡ ବିଭାଗ । ଏହି ୪ଜଣଙ୍କୁ ୪ତାରିଖ ଦିନ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିଲା । ମାନ୍ୟବର କୋର୍ଟ ଏମାନଙ୍କୁ ପାରଳାଖେମୁଣ୍ଡି ଜେଲ ହାଜତକୁ ପଠାଇ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏମାନେ ପାରଳାଖେମୁଣ୍ଡି ଜେଲରେ ରହିଥିବା ସୁଚନା ମିଳିଛି ।
No Result
View All Result