No Result
View All Result

ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବୁଧବାର ଅପରାହ୍ନ ରେ ମେଡିକାଲ ଛକ ରୁ ଝଡ଼େଶ୍ୱରୀ ଛକ ପର୍ଯ୍ୟନ୍ତ ମାପଚୁପ ହୋଇଛି | ଖୁବ ଶୀଘ୍ର ଏହି ରାସ୍ତା ଓସାରିକରଣ କରାଯିବ | ପୁରୀ ରାସ୍ତା ଓ କୋଠା ବିଭାଗ ଓ ପୁରୀ ତହସିଲ ପକ୍ଷରୁ ଆଜି ବଡଫିତା ପକାଇ ମାପଚୁପ କରାଯାଇଛି |ମେଡିକାଲ ଛକ ରୁ ବୋଷ ଛକ ପର୍ଯ୍ୟଟନ ଋତୁ, ଛୁଟିଦିନ, ପର୍ବପର୍ବାଣି ଦିନ ଭୀଷଣ ଟ୍ରାଫିକ ଜାମ ରହୁଛି |ପ୍ରଥମ ଦଫା ରେ ମେଡିକାଲ ଛକ ରୁ ଦର୍ଜୀପୋଖରୀ ଛକ ମାପଚୁପ ହୋଇ ନୋଟିଫିକେସନ ପରେ କ୍ଷତିପୂରଣ ଦିଆଯାଇ ଘର ଭଙ୍ଗାଯିବ |

ରୋଡ ଡିଭାଇଡ଼ର ରହି ଚାରି ଲେନ କରାଯିବ | ଏହି ରାସ୍ତା ଟି ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ରାସ୍ତା ସଂଯୋଗ ରହିଛି | ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଦେଶ ର ଲୋକପ୍ରତିନିଧି ମାନେ ପୁରୀ ଆସିଲେ ସର୍କିଟ ହାଉସ ଓ ରାଜଭବନ କୁ ଏହି ରାସ୍ତା ଦେଇ ଯାଆସ କରିଥାନ୍ତି |ଛୁଟିଦିନ ରେ ମେଡିକାଲ ଛକ ରୁ ଚାରିଚକିଆ ଯାନ ଫାୟାର ଷ୍ଟେସନ ପର୍ଯନ୍ତ ପଛକୁ ପଛ ଟ୍ରାଫିକ ଜାମ ରେ ଫସି ରହୁଛି |
ପୁରୀ କୁ ବିଶ୍ୱସ୍ତରୀୟ ସହର କରାଯିବ | ଏୟାରପୋର୍ଟ ହେବ, ରିଙ୍ଗରୋଡ଼ ହେବ, ଦୋଳମଣ୍ଡପ ସାହି, ବାଲିସାହି, ମାରଚିକୋଟ, ଚୂଡ଼ାପଟି ରୁ କଲେଜଛକ, ଶନିମନ୍ଦିର ରୁ ମଶାଣିଚଣ୍ଡୀଛକ, ଲୋକନାଥ ରୋଡ଼, ନରେନ୍ଦ୍ରକୋଣ ରୁ ଜଟିଆବାବାଜି ଛକ,ରେଡ କ୍ରସ ରୋଡ଼ ଆଦି ରାସ୍ତା ଓସାରିକରଣ କରାଯିବା ପ୍ରସ୍ତାବ ରହିଛି |ପ୍ରତିବର୍ଷ ରଥଯାତ୍ରା ରେ ରଥଯାତ୍ରୀ ବଢୁଛନ୍ତି ବଡଦାଣ୍ଡ ବଢ଼ୁନାହିଁ ଏଣୁ ବଡଦାଣ୍ଡ ଓସାରିକରଣ ଯୋଜନା ରହିଛି |

No Result
View All Result