ବଲାଙ୍ଗୀର,ରିପୋର୍ଟ / ହେମନ୍ତ କୁମାର ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବୁଧବାର ,୨୯ ଏପ୍ରିଲ :- ବଲାଙ୍ଗୀରର ପାଟଣାଗଡ଼ ଠାରେ ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଏକ ବ୍ରିଜ ଭୁଶୁଡି ପଡିଛି । ବ୍ରିଜ ତଳେ ହୋଇ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ଶ୍ରମିକ ରାଜ୍ୟ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆ ଓ ମୁଦଲସର ଗ୍ରାମ ମଝିରେ ପ୍ରବାହିତ ହେଉଥିବା ସୁକତେଲ ନଦୀ ଉପରେ ୫ ବର୍ଷ ତଳେ ବ୍ରିଜ ନିର୍ମାଣ ହୋଇଥିଲା । ଏହି ବ୍ରିଜ ନିର୍ମାଣରେ ନିମ୍ନମାନର କାମ ହେଉଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ।