ହିଞ୍ଜିଳିକାଟୁ ,ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା ଭୁତାଣୁ ସଂକ୍ରମଣ । ଏହାକୁ ରୋକିବା ପାଇଁ କୌଣସି ପ୍ରତିଷେଧକ ଔଷଧ ଆବିଷ୍କୃତ ହୋଇନଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ଏହାର ଏକମାତ୍ର ପନ୍ଥା ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଳବ ଗ୍ରାମ ମାଛ ବଜାରରେ ଗ୍ରାହକଙ୍କ ଭିଡ଼
ହିଞ୍ଜିଳିକାଟୁ, ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବୁଧବାର ,୨୯ ଏପ୍ରିଲ :- ହିଞ୍ଜିଳିକାଟୁ ,ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା ଭୁତାଣୁ ସଂକ୍ରମଣ । ଏହାକୁ ରୋକିବା ପାଇଁ କୌଣସି ପ୍ରତିଷେଧକ ଔଷଧ ଆବିଷ୍କୃତ ହୋଇନଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ଏହାର ଏକମାତ୍ର ପନ୍ଥା ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।
ଜରୁରୀ ପରିସ୍ଥିତିରେ ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ବ୍ୟବହାର ଓ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ପ୍ରଶାସନ ପକ୍ଷରୁ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବାସ୍ତବ କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରାଂଚଳରେ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବା ଦେଖିବାକୁ ମିଳୁଛି । ଯେଉଁ ବ୍ୟକ୍ତି ମାସ୍କ ବ୍ୟବହାର କରିନଥିବେ ସେମାନଙ୍କଠାରୁ ୨ ଶହ ଟଙ୍କା ଓ ଯେଉଁ ବ୍ୟବସାୟିକ ଅନୁଷ୍ଠାନ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବେ ସେମାନଙ୍କ ଠାରୁ ସ୍ଥାନୀୟ ପୌର ପ୍ରଶାସନ ୧ ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବା ଲକ୍ଷ୍ୟ କରାଯାଉଛି ।
ଲକଡ଼ାଉନ ଘୋଷଣଶ କରାଯାଇଥିଲେ ମଧ୍ୟ ସ୍ଥାନୀୟ ସହର ନିକଟବର୍ତି ବହୁ ଗ୍ରାମାଂଚଳରେ ଦିନତମାମ ବହୁ ଦୋକାନ ବଜାର ଖୋଲା ରହିଥିବାର ଦେଖିବାକୁ ମିଳୁଛି । ଏପରିକି ସଂପୃକ୍ତ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବା ଦେଖିବାକୁ ମିଳୁଛି । ଗ୍ରାମାଂଚଳରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ୁନଥିବା ଯୋଗୁଁ ଗ୍ରାମାଂଚଳବାସୀ ଏହାକୁ ମାନୁନଥିବା ଜଣାପଡ଼ିଛି । ମଙ୍ଗଳବାର ସ୍ଥାନୀୟ ବ୍ଳକ ରାଳବ ଗ୍ରାମ ମାଛ ବଜାରରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏପରିକି ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଦେଖିବାକୁ ମିଳିଥିଲା । ଏ ଦିଗରେ ପ୍ରଶାସନିକ ଅଧିକାରୀ ଦୃଷ୍ଟି ପ୍ରଦାନ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।