• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାତାଳୀ ଶ୍ରୀକ୍ଷେତ୍ର  – ସୋନପୁର

Proprietor Abhimanyu Maharana by Proprietor Abhimanyu Maharana
November 5, 2021
in ଓଡ଼ିଶା, ବୌଦ୍ଧ, ହୋମ୍
0
ପାତାଳୀ ଶ୍ରୀକ୍ଷେତ୍ର  – ସୋନପୁର
Share on FacebookShare on TwitterWhatsapp

ପାତାଳୀ ଶ୍ରୀକ୍ଷେତ୍ର  

ଓଡ଼ିଶା ତାଜା ନିୟୁଜ୍ (୪ ନଭେମ୍ବର ଗୁରୁବାର) ସୋନପୁର :- ପାତାଳୀ ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ । ବିଶ୍ୱାସ କରାଯାଏ ଯେ, ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ୧୪୪ ବର୍ଷ ପାତାଳି ହୋଇ ରହିଥିଲେ । ଏହା ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମ ଦିଗ କୋଟ ସମଲାଇ ଗ୍ରାମ ନିକଟ ତ୍ରିକୂଟ ପାହାଡ଼ରେ ଅବସ୍ଥିତ । ଏହା ସୋନପୁର ଜିଲ୍ଲାର ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ । ଚାରିଆଡ଼େ ପାହାଡ଼ ଘେରି ହୋଇ ରହିଥିବାରୁ ଏହା ଏକ ଉପତ୍ୟକା ଭଳି ମନେ ହୁ ଏ । ଶତ୍ରୁ ସେ ସ୍ଥାନକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ଅନେକ ପ୍ରାକୃତିକ ପ୍ରତିବନ୍ଧକ ।

ତତ୍କାଳୀନ ସୋନପୁର ରାଜାଙ୍କ ରାଣୀ ଏହି ସ୍ଥାନକୁ ଅତ୍ୟନ୍ତ ନିରାପଦ ମଣି ସେଇ ପାହାଡ଼ ଦେହରେ ଗୁମ୍ଫାମାନ ନିର୍ମାଣ କରିଥିଲେ ଓ ଯବନ ଶତ୍ରୁମାନଙ୍କ ଭୟରୁ ରକ୍ଷା ପାଇବା ପାଇଁ ବିପଦ ସମୟରେ ପରିବାରର ଲୋକେ ଏଠାରେ ଆଶ୍ରୟ ନେଉଥିଲେ । ଅନେକେ ବିଶ୍ୱାସ କରନ୍ତି ଏହି ଗୁମ୍ଫାମାନଙ୍କରେ ଅନେକ ଧନରତ୍ନ ଲୁକ୍କାୟିତ ଅବସ୍ଥାରେ ଅଛି । ସେଇ ଗୁମ୍ଫାଗୁଡ଼ିକରେ ମୁନିଋଷିମାନେ ରହି ପୂଜା କରିଆସୁଛନ୍ତି । ସେଇ ପାହାଡ଼କୁ ଲାଗି ରହିଛି ଧୋଇଆ ବନ୍ଧ ପାହାଡ଼ । ସେଇ ପାହାଡ଼ରେ ମଧ୍ୟ ଅନେକ ଗୁମ୍ଫା ଦେଖାଯାଏ । ତ୍ରିକୂଟ ପାହାଡ଼ର ଠିକ୍ ପଶ୍ଚିମ ଦିଗକୁ ଅଛି ଚନ୍ଦନ ଖୋଲ । ଏହି ଖୋଲ ନିକଟରେ ଥିବା ଗୋଟିଏ ବଡ଼ ଆମ୍ବଗଛ ମୂଳରୁ ଝରଣାଟିଏ ବାହାରିଛି ।

ଏହି ସ୍ଥାନର ମାଟି ଚନ୍ଦନ ଭଳିଆ ବାସ୍ନା ହେଉଥିବାରୁ ଏହାକୁ ଚନ୍ଦନ ଖୋଲ ବୋଲି ଲୋକମାନେ କହନ୍ତି । ସେଇ ଚନ୍ଦନ ଖୋଲ ନିକଟରେ ଅଛି ତାଳ ଖୋଲ । ଏଠାରେ ପଥରର ଏକ ବଡ଼ ମଣ୍ଡପ ରହିଛି । ଏହି ମଣ୍ଡପରେ ଏକ ସଙ୍ଗେ ୩୦/୪୦ ଜଣ ବସି ପାରିବେ । କୁହାଯାଏ ଯେ ଏଠାରେ ପାତାଳୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ କୀର୍ତ୍ତନ କରାଯାଇଥିଲା । ସେଇ ପାହାଡ଼ରେ ଥିବା ଗୁମ୍ଫାଗୁଡ଼ିକୁ ସ୍ଥାନୀୟ ଲୋକମାନେ ବିଭିନ୍ନ ନାମରେ ନାମକରଣ କରିଛନ୍ତି, ଯଥା- ମାଧବ ଗୁମ୍ଫା ଧନା ଗୁମ୍ଫା, ରାଣୀ ଖୋଲଗୁମ୍ଫା, ଦାରୁକୋଣ ଗୁମ୍ଫା ଇତ୍ୟାଦି । ଦାରୁକୋଣ ଗୁମ୍ଫାରେ ହିଁ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ପାତାଳୀ କରାଯାଇଥିଲା ।

ପାତାଳୀ ଶ୍ରୀକ୍ଷେତ୍ର

ଷଷ୍ଠ ଶତାବ୍ଦୀ ଅର୍ଥାତ୍ ୫୮୮ ଖ୍ରୀ:ଅ:ରେ ଓଡ଼ିଶାରେ ଶ୍ରୀଶୋଭନ ଦେବ ବା ଶୁଭାକର ଦେବ କେଶରୀ ବଂଶର ରାଜା ରାଜୁତି କରୁଥିଲେ । ତାଙ୍କ ରାଜତ୍ୱ କାଳରେ ଭାରତରେ ହୁଣ ଓ ଶକମାନଙ୍କର ପ୍ରଭାବ ବୃଦ୍ଧି ପାଇଥିଲା । ତାଙ୍କ ରାଜତ୍ୱ କାଳରେ ରକ୍ତବାହୁ ନାମକ ଜଣେ ଯବନ ସେନାପତି ଶ୍ରୀମନ୍ଦିର ଆକ୍ରମଣ କରିଥିଲା । ଯବନମାନଙ୍କ ଆକ୍ରମଣକୁ ପ୍ରତିହତ କରିନପାରି ସେ ଠାକୁରମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କୁ ଡଙ୍ଗାରେ ବସାଇ ମହାନଦୀ ପଥରେ ସୋନପୁର ରାଜ୍ୟକୁ ନେଇ ଯାଇଥିଲେ । ସେଠାରେ ତତ୍କାଳୀନ ରାଜାଙ୍କ ସହାୟତାରେ ଠାକୁରମାନଙ୍କୁ ହାତୀ ପିଠିରେ ଲଦି ଗୋପାଲୀ ଗ୍ରାମକୁ ନେଇ ଯାଇଥିଲେ । ସେତେବେଳେ ଶୋଭନ ଦେବଙ୍କର ରାଜତ୍ୱର ଦ୍ୱିତୀୟ ଅଙ୍କ ଚାଲୁଥିଲା । ହାତୀ ପିଠିରେ ଠାକୁରମାନଙ୍କୁ ବସାଇ ସେବକମାନେ ଘୋର ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ । ବାଟବଣା ହୋଇ କେଉଁ ଦିଗକୁ ଯିବେ କିଛି ଠିକ୍ କରିନପାରି ସେବକମାନେ କାନ୍ଦିବାକୁ ଲାଗିଲେ ।

ସେତେବେଳକୁ ସନ୍ଧ୍ୟା ହୋଇ ଯାଇଥାଏ । ହଠାତ ସେମାନେ ଦେଖିଲେ ତ୍ରିକୂଟ ପାହାଡ଼ ଉପରୁ ଏକ ଉଜ୍ଜ୍ୱଳ ଆଲୋକର ଶିଖା, ସତେ ଯେମିତି ସେମାନଙ୍କୁ ତା’ର ଶିଖା ମାଧ୍ୟମରେ ହାତଠାରି ଡାକୁଥିଲା ସେହିବାଟେ ଯିବା ପାଇଁ । ଅନ୍ଧକାର ରାତି ପୁଣି ଘୋର ଜଙ୍ଗଲ । ସେବକମାନେ ଆଗକୁ ଯାଇ ନପାରି ସକାଳ ହେବା ପର୍ଯ୍ୟନ୍ତ ସେହିଠାରେ ଅପେକ୍ଷା କରିରହିଥିଲେ । ସକାଳ ହେବାପରେ ସେବକମାନେ ସେହି ଆଲୋକ ଆସୁଥିବା ଦିଗକୁ ଆଗେଇ ଚାଲିଲେ ଓ ଶେଷରେ ଯାଇ ପହଞ୍ଚିଲେ ଦାରୁକୋଣ ଗୁମ୍ଫା ନିକଟରେ । ସେହି ଗୁମ୍ଫା ମଧ୍ୟରେ ତିନିଠାକୁରଙ୍କୁ ରଖା ଗୁମ୍ଫା ଦ୍ୱାରକୁ ପଥରଦ୍ୱାରା ବନ୍ଦ କରି ଦେଇ ମାଟି ଲିପି ଦେଲେ ଓ ସାମ୍ନାରେ ଚିହ୍ନ ସ୍ୱରୂପ ଏକ ବରଗଛ ଲଗାଇ ଦେଲେ ।

କାଳକ୍ରମେ ବରଗଛଟି ବଡ଼ ହୋଇ ସମଗ୍ର ଗୁମ୍ଫାଟିକୁ ମାଡ଼ି ବସିଥିଲା, ତେଣୁ ଏହାର ନାମ ଦାରୁକୋଣ ଗୁମ୍ଫା ହୋଇଗଲା । ଦାରୁ ଆଦବିାସୀ ଶବ୍ଦ, କୋଣ ଅର୍ଥାତ ଗୁମ୍ଫାଟି ପାହାଡ଼ର ଗୋଟିଏ କୋଣରେ ଥିବାରୁ ତାର ନାମ “ଦାରୁକୋଣ’ ବୋଲି ଲୋକ ମୁଖରେ ପ୍ରଚଳିତ । ଶୋଭନକର ଦେବଙ୍କ ପରେ ଚନ୍ଦକ୍ରର ଦେବ ରାଜା ହେଲେ । ତାଙ୍କ ରାଜତ୍ୱ କାଳରେ ମଧ୍ୟ ଠାକୁରମାନଙ୍କୁ ଠାବ କରାଯାଇପାରିଲା ନାହିଁ । ଏହିପରି ଭାବରେ ଠାକୁରମାନେ ସେଇ ତ୍ରିକୂଟ ପାହାଡ଼ର ଗୁମ୍ଫାରେ ୧୪୪ ବର୍ଷ ପର୍ଯ୍ୟନ୍ତ ପାତାଳୀ ହୋଇ ରହିଥିଲେ । ଯବନମାନେ କ୍ରମେ କ୍ରମେ ଦୁର୍ବଳ ହୋଇଯିବାରୁ ଯଯାତି କେଶରୀ ରାଜା ହେଲେ । ତାଙ୍କର ୧୧ ଅଙ୍କରେ ସେ ସନ୍ନ୍ୟାସୀ ବ୍ରହ୍ମଚାରୀମାନଙ୍କୁ ଡାକି ପଚାରିଲେ “ଓଡ଼ିଶା ରାଜାର ପ୍ରଭୁ ଜଗନ୍ନାଥ ମହାପ୍ରଭୁ କେଉଁଠାରେ ଅଛନ୍ତି,

ସାଧୁ ସନ୍ନ୍ୟାସୀମାନେ କହିଲେ ମୋଗଲ ଗୋଳ ହୋଇଲାରୁ ସମୁଦ୍ର ଥୋକାଏ ଦୂର ମାଡ଼ି ଆସିଲା (ମାଦଳା ପାଞ୍ଜି ଅନୁସାରେ) । ଠାକୁରମାନଙ୍କୁ ସୁରକ୍ଷା ଦେବାରେ ସମ୍ଭବପର ନହେବାରୁ ରାଜା ପରମେଶ୍ୱରଙ୍କୁ ନୌକାରେ ବସାଇ ମହାନଦୀ ଜଳପଥରେ ସୋନପୁର ଆଡ଼େ ବିଜେ କରାଇଲେ । ତାହାପରେ କ’ଣ ହେଲା ଆମର ଜ୍ଞାତବ୍ୟ ନାହିଁ ।’ ଯଯାତି କେଶରୀ ମହାରାଜା ସୋନପୁର ପର୍ଯ୍ୟନ୍ତ ଆସି ଖଣ୍ଡାୟତମାନଙ୍କୁ ପଚାରନ୍ତେ ଠାକୁରମାନେ ପାତାଳୀ ହୋଇଥିବା ସେମାନଙ୍କଠାରୁ ଶୁଣିଲେ କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାତାଳୀ ହୋଇଛନ୍ତି କେହି କହିପାରିଲେ ନାହିଁ ।

ତହୁଁ ଯଯାତି କେଶରୀ ଗୋପାଲୀ ଗ୍ରାମକୁ ଯାଇ ଲୋକମାନଙ୍କୁ ପଚାରନ୍ତେ ସେମାନେ କହିଲେ ଠାକୁର କେଉଁଠାରେ ଅଛନ୍ତି ଆମର ଜ୍ଞାତବ୍ୟ ନାହିଁ । ହେଲେ ପାହାଡ଼ ଉପରେ ଥିବା ବରଗଛଟିକୁ ଆମର ବାପ ଅଜା ଅମଳରୁ ଦିଅଁବର ବୋଲି ପୂଜା କରି ଆସୁଅଛୁ। ପବର୍ପର୍ବାଣିରେ ଆମର ବାପ ଅଜା ଫୁଲଚନ୍ଦନ ଭୋଗରାଗ ଦେଇ ବରଗଛଟିକୁ ଭକ୍ତି ସହକାରେ ପୂଜା କରି ସାଷ୍ଟାଙ୍ଗ ପ୍ରଣାମ କରିଆସୁଥିବାର ଆମେ ଜାଣୁ । ଆମ୍ଭେମାନେ ମଧ୍ୟ ଆମର ବାପ ଅଜାଙ୍କ ପଦାଙ୍କ ଅନୁସରଣ କରି ଆସୁଛୁ । ଏହା ଶ୍ରବଣ କରନ୍ତେ, ଯଯାତି କେଶରୀଙ୍କ ମନରେ ସନ୍ଦେହ ଜାତ ହେଲା । ସେ ଗ୍ରାମବାସୀଙ୍କ ସହିତ ଛନ୍ଦିଆ ପାହାଡ଼ ଉପରକୁ ଯାଇ ଦିଅଁବର ବା ବରଗଛଟିକୁ କଟାଇ ଗୁମ୍ପା ମୁହଁକୁ ଖନନ କରାଇ ତିନି ଠାକୁରଙ୍କୁ ଉଦ୍ଧାର କଲେ । ତିନି ଠାକୁରଙ୍କ ଜିର୍ଣ୍ଣଶୀର୍ଣ୍ଣ ମୂର୍ତ୍ତିଙ୍କୁ ଘେନି ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳରେ ଦେଉଳ ତୋଳାଇ ପରମେଶ୍ୱରଙ୍କୁ ସେଠାରେ ବିଜେ କରାଇଲେ । ସେଥିପାଇଁ ତାଙ୍କୁ ଲୋକେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି କହିଲେ ।

ମାଦଳା ପାଞ୍ଜିରୁ ଜଣାଯାଏ, ଯଯାତି କେଶରୀ ସୋନପୁରରୁ ତିନି ଠାକୁରଙ୍କୁ ମହାନଦୀର ଜଳପଥରେ ନୌକାରେ ବସାଇ ପୁରୀ ପର୍ଯ୍ୟନ୍ତ ଘେନି ଆସିଥିଲେ । ଠାକୁରମାନଙ୍କୁ ନିଆଯାଇଥିବା ଡଙ୍ଗାକୁ କୋଶଳୀ ଡଙ୍ଗା ବୋଲି ସେ ଅଞ୍ଚଳର ଲୋକମାନେ କୁହନ୍ତି । ଦେବସ୍ନାନ ପୂର୍ଣ୍ଣିମା ଦିନ କୋଶଳୀ ଡଙ୍ଗାରେ ମହାପ୍ରସାଦକୁ ଜଳରେ ରଖା ତାହାକୁ ବୈକୁଣ୍ଠ ତୋରାଣୀ ଭାବେ ଭକ୍ତମାନେ ପାନ କରନ୍ତି ଓ ଆନନ୍ଦରେ ଗାଇ ଉଠିଥାନ୍ତି –

କୋଶଳୀ ଡଙ୍ଗାରେ ବିଜେ ବଢ଼ିଲା
କୋଟ ସମଲାଇ ତୀରଥ ହେଲା ।
ଡଙ୍ଗା ତୋରାଣୀରେ ମଇତ ଫଳ
ବୈକୁଣ୍ଠକୁ ମତି ମୁକତି ଜଳ ।

ସେ ଶ୍ରୀପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳରେ ୩୮ ହାତ ଉଚ୍ଚତା ବିଶିଷ୍ଟ ଏକ ମନ୍ଦିର ନିର୍ମାଣ କରାଇ ଠାକୁରମାନଙ୍କର ଯଥାବିଧି ପୂଜା ଉପାସନା କରାଇବାର ବ୍ୟବସ୍ଥା କଲେ । ଏହି ରାଜାଙ୍କ ସମୟରୁ ହିଁ ଠାକୁରମାନଙ୍କର ନବକଳେବର ଧାରଣ କରିବା ପ୍ରଥା ପ୍ରଚଳିତ ହୋଇ ଆସୁଅଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଭକ୍ତବୃନ୍ଦ, ଗବେଷକ, ଐତିହାସିକ ଓ ଜଗନ୍ନାଥ ସଂସ୍କୃତି ଉପରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିମାନେ ଏଠାକୁ ଆସି ଏ ଅଞ୍ଚଳ ବୁଲି ଯାଇଛନ୍ତି । ଏବେମଧ୍ୟ ତ୍ରିକୂଟ ପାହାଡ଼ ଉପରେ ଥିବା ଦାରୁକୋଣ ଗୁମ୍ଫାରୁ ସମୟ ସମୟରେ ଶଙ୍ଖଧ୍ୱନୀ ଶୁଣା ଯାଇଥିବାର ଲୋକମାନେ କୁହନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

March 7, 2026
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version