No Result
View All Result
ବୋଲଗତ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ୱ ପରିବେଶ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପାଟପୁର ଶାସନ ଗ୍ରାମପଞ୍ଚୟତ ଅନ୍ତର୍ଗତ ମା ବରଡ଼ାଳିଆଙ୍କ ପୀଠରେ ସାଇ ସୋମନାଥ ଚାରିଟେବୁଲ ଟ୍ରଷ୍ଟ, ଶ୍ରୀ ବଜରଙ୍ଗ ପାୱାର କମ୍ପାନୀ ଓ ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟର ମିଳିତ ଅନୁକୁଲ୍ୟରେ ଏବଂ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ବିଶ୍ୱଜିତ ହୋତାଙ୍କ ଆବାହକତ୍ୱରେ ଆଜି ମା “ବରଡ଼ାଳିଆ କଲ୍ୟାଣ ମଣ୍ଡପ ପରିସରରେ ଶୁଭ ଉଦଘାଟନ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ପ୍ରଫୁଲ୍ଲ କୁମାର ହୋତାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପାଟପୁର ଶାସନ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ବେହେରା, ମୁଖ୍ୟବକ୍ତା ଭାବେ ଗେଡି଼ପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ଜୁନ ବେହେରା ଓ ସମ୍ମାନିତ ଅତିଥିଭାବେ ବଜରଙ୍ଗୀ ପାୱାର କମ୍ପାନୀ ପ୍ରୋଜେକ୍ଟ ମ୍ୟାନେଜର ପଙ୍କୋଜ ଦେଓ, ଶିକ୍ଷାବିତ ରାଜକିଶୋର ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ମିଶ୍ର,

ଏସ କେ ନନ୍ଦ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତୀରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଭାପତି ପ୍ରଫୁଲ୍ଲ କୁମାର ହୋତା ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ ! ଏହି ଅବସରରେ ମା “ବରଡ଼ାଳିଆ ମନ୍ଦିର ପରିସରରେ ମା “ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଆମ୍ବ, ଲିମ୍ବ, ପେସ୍ଥ ବାଦାମ, କଦମ୍ବ ଆଡି ବିଭିନ୍ନ ପ୍ରକାରର ୫୦ରୁ ଉର୍ଦ୍ଧ ଚାରା ରୋପଣ ହୋଇଥିଲା !

ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ଚିକିତ୍ସା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଷ୍ଠାପର ଆଦର୍ଶ ଶିକ୍ଷକ ହୃଷିକେଶ ଚମ୍ପାତିଙ୍କୁ ଉତ୍ତରୀୟ, ଫୁଲ ତୋଡ଼ା ଓ ଚାର ପ୍ରଦାନ କରି ସମ୍ମାନିତ କରାଯାଥିଲା ଉତ୍କଳ ୟୁଥ୍ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ବୃକ୍ଷ ରୋପଣ, ରକ୍ତ ଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ସ୍ୱାସ୍ଥ୍ୟ ଶିବିର ଅସହାୟଙ୍କୁ ସହାୟତା,ବାତ୍ୟା ଓ ବନ୍ୟା ସମୟରେ ସହାୟତା କରିବା ପାଇଁ ଏହି ଟ୍ରଷ୍ଟ କାର୍ଯ୍ୟ କରିବ ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ହୋତା ସୂଚନା ପ୍ରଦାନ କରିଛନ୍ତି !

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବଗୋଷ୍ଠୀ ଶିକ୍ଷାବିତ, ସ୍ବେଚ୍ଛାସେବୀ ଓ ଗ୍ରାମବାସୀମାନେ ଯୋଗଦେଇଥିଲେ ! ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରିବା। ପୃଥିବୀର ପ୍ରାକୃତିକ ସମ୍ପଦକୁ ନଷ୍ଟ ହେବାରୁ ରକ୍ଷା କରିବା ଗଛଲତା କାଟିବା ଓ ପ୍ରଦୂଷଣ ରୋକିବା ପାଇଁ ଜନସାଧାରଣଙ୍କୁ ସଚେତନତା କରଵା ! ଅଧିକରୁ ଅଧିକ ଗଛ ଲଗାଇବା ଏବଂ ଜଙ୍ଗଲ ସୃଷ୍ଟି କରିବା।ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା।

ପାଣିର ଅପଚୟ ରୋକିବା ଏବଂ ଜଳଉତ୍ସ ଗୁଡ଼ିକୁ ସ୍ୱଚ୍ଛ ରଖିବା।ଆବର୍ଜନାକୁ ଏଠିସେଠି ନଫିଙ୍ଗି ସଠିକ୍ ଜାଗାରେ ପକାଇବା ପାଇଁ ଉପସ୍ଥିତ ସ୍ବେଚ୍ଛାସେବୀ ଓ ଗ୍ରାମବାସୀମାନେଙ୍କୁ ପରାମର୍ଶ ଦେଇଥିବାବେଳେ ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟର ଏଭଳି ସାମାଜିକ କାର୍ଯ୍ୟକୁ ବଜରଙ୍ଗୀ ପାୱାର କମ୍ପାନୀ ପ୍ରୋଜେକ୍ଟ ମ୍ୟାନେଜର ପଙ୍କୋଜ ଦେଓ ଉଚ୍ଚ ପ୍ରଶଂସା କରିଥିଲେ ! ଉଭୟ ଟ୍ରଷ୍ଟର କର୍ମକର୍ତ୍ତାମାନେ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିଶ୍ୱଜିତ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result