ଭୁବନେଶ୍ୱର /ରିପୋର୍ଟ / ଅଭିମନ୍ୟୁ ( ଓଡିଶା ତାଜା ନ୍ୟୁଜ୍ ) ମଧୁସୂଦନ ଦାସଙ୍କ ଜନ୍ମ ଦିବସ , ମଙ୍ଗଳବାର, ୨୮ଏପ୍ରିଲ :- ବର୍ତ୍ତମାନ ଯେଉଁ କୋରୋନା ଭୁତାଣୁ ମହାମାରୀ ରୂପରେ ସାରବିଶ୍ୱରେ ଦେଖାଦେଇଛି ତାକୁ ପ୍ରତିହତ କରିବା ପାଇଁ ଦେଶ ଓ ରାଜ୍ୟରେ ଚାଲୁ ରହିଥିବା ଲକ ଡାଉନ ପିରିଅଡ଼ରେ ଲାଗୁ ହୋଇଥିବା ନିୟମକୁ ମାନି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜନ୍ମ ଦିବସ ଅତି ନିରାଡ଼ମ୍ବର ଭାବେ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ସହ ବିଧାୟକ ସୁରେଶ କୁମାର ରାଉତରାୟ ଓ ଉପସ୍ଥିତ ଆଉ କିଛି ଅଳ୍ପସଂଖ୍ୟକ କଂଗ୍ରେସ ନେତୃବୃନ୍ଦ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ଆଜି ଅନୁଷ୍ଠିତ ଏହି ନିରାଡ଼ମ୍ବର କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି,ଶିବାନନ୍ଦ ରାୟ,ଗୁରୁପଦ ନନ୍ଦ,ମନୋରଞ୍ଜନ ଦାସ,ରଶ୍ମି ମହାପାତ୍ର,ଦୀପକ କୁମାର ମହାପାତ୍ର, ଚିନ୍ମୟ ସୁନ୍ଦର ଦାଶ ,ହଳଧର ସେଠି, ନରେଶ ମହାନ୍ତି,ମାନଶ ରଞ୍ଜନ ଆଚାର୍ଯ୍ୟ,ଜ୍ୟୋତିଷ ସାହୂ, ବାଙ୍ଗାଲା ମଲିଆ,ସଂକୁନା କଂହର ପ୍ରମୁଖ ଉପସ୍ଥିତ ଥିଲେ।