ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଠାରେ ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ଥିଲେ । ବୈଠକରେ ବିଭିନ୍ନ ସମସ୍ୟା, ଅସମ୍ପୂର୍ଣ୍ଣ ଥିବା ଘରକୁ କିପରି ତୁରନ୍ତ ସମ୍ପୂର୍ଣ୍ଣ ହୋଇପାରିବ ଓ ଶ୍ରମିକ ମାନଙ୍କ ପଞ୍ଜିକରଣ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
















