କୋରାଇ /ରିପୋର୍ଟ / ରଶ୍ମିରେଖା ମଲ୍ଲିକ ( ଓଡିଶା ତାଜା ନ୍ୟୁଜ୍ ) ଅସହାୟ ୩ପିଲାଙ୍କୁ ସହାୟ ହେଲେ, ମଙ୍ଗଳବାର, ୨୮ଏପ୍ରିଲ :- କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତସ୍ଥିତ ଠାକୁରପାଟଣା ଗ୍ରାମ ୪ନମ୍ବର ୱାର୍ଡ ଆଦିବାସୀ ସାହିର ଅସହାୟ ୩ପିଲାଙ୍କୁ ଆଜି ସହାୟତାର ହାତ ବଢାଇଛନ୍ତି ମାନବାଧିକାର ପ୍ରବକ୍ତା ମନୋଜକୁମାର ଜେନା । ଏଥି ସହିତ ସ୍ଥାନୀୟ ସରପଂଚଙ୍କ ସମେତ ବିଭିନ୍ ଅନୁଷ୍ଠାନ ଓ ବ୍ୟକ୍ତିବିଶୋଙ୍କ ପକ୍ଷରୁ ସହାୟତା ପ୍ରଦାନକ ରାଯାଇଛି ।
ଦୀନମଜୁରୀଆ ଚେମା ମୁଣ୍ଡା (୫୦)ର ରବିବାର ଅକାଳ ବିୟୋଗ ହୋଇଥିଲା ବେଳେ ୩ବର୍ଷ ପୂର୍ବରୁ ତାର ସ୍ତ୍ରୀ ଛାଡି କେଉଁଆଡେ ଚାଲିଯାଇଛି । ଫଳରେ ଚେମାର ମୃତ୍ୟୁରେ ଝିଅ ରଇବାରି(୧୧), ଗଙ୍ଗା (୯) ଓ ରାମ (୬) ପ୍ରମୁଖ ୩ପିଲା ସଂପୂର୍ଣ୍ଣ ଅସହାୟ ହୋଇ ଯାଇଛନ୍ତି । ଚେମା ମରିଯିବା ପରେ ପିଲା ତିନିହେଁ ୩ଦିନ ହେଲା ଖାଇବାକୁ ପାଇନଥିଲା ବେଳେ ମହାରମରି କରୋନା ପରିପ୍ରେକ୍ଷିରେ କୋରାଇ ଅଂଚଳ ନିଧୋଂଚଳ ଘୋଷିତ ହୋଇଥିବାର ସେମାନେ ଅନାହାରରେ ରହିଛନ୍ତି । ଖବରପାଇ ମଙ୍ଗଳବାର ପୂର୍ବାହ୍ଣରେ ଜାତୀୟମାନବାଧବକାର କମିସନଙ୍କ କୋରକମିଟିସ ସଦସ୍ୟ ମନୋଜକୁମାର ଜେନା ଘଟଣା ସ୍ଥଳେ ପହଂଚି ଅସହାୟ ତିନିପିଲାଙ୍କୁ ୨୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଏଥି ସହିତ ଜିଲାପାଳ ଯାଜପୁର ଓ ଜିଲାଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଫୋନଯୋଗେ କଥା ହୋଇ ରେଡକ୍ରସ ପକ୍ଷରୁ ସହାୟତାର ବ୍ୟବସ୍ଥା କରିବା ସହ ମହାମରି କରୋନାର ସ୍ଥିତି ସୁଧାରିଲା ପାରେ ତିନି ଶିଶୁଙ୍କୁ ଆଶ୍ରମରେ ରଖି ତାଙ୍କ ପାଠପଢିବା ସହ ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରାଯିବାକୁ ପଦକ୍ଷପ ନିଆଯିବକୁ ସୂଚନା ଦେଇଥିଲେ । ଶ୍ରୀ ଜେନାଙ୍କ ସହ ଘଟଣା ସ୍ଥଳକୁ ଯୋଗଗୁରୁ ବନମାଳୀ ରଥ, ଶିକ୍ଷାବିତ ମଦନମୋହନ ବେହେରା, ସମାଜିକ କର୍ମୀ ପ୍ରଶାନ୍ତିକୁମାର ସାହୁ, ନିରୂପମା ମଲ୍ଲିକ, ସନ୍ତୋଷକୁମାର ବେହେରା, ଶୁକଦେବ ପୃଷ୍ଟି, ଅଞ୍ଜନା ତ୍ରିପାଠୀ, ଶାନ୍ତିଲତା ଶତପଥୀ, ବିଶ୍ୱମ୍ବର ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇଥିଲା । ଅନ୍ୟପକ୍ଷରେ ସ୍ଥାନୀୟ ସରପଂଚ ସୁଶାନ୍ତକୁମାର ସାହୁ ମଧ୍ୟ ଚେମାର ସୁଦ୍ଧିକ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ପ୍ରଦାନ କରିଥିଲା ବେଳେ ଜିଲା ଶିଶୁସୁରକ୍ଷା ଅଧିକାରି ନିରଞ୍ଜନ କର,
ଯାଜପୁୁର ଏକତାମଂଚ ପରିଷଦର ସଂଯୋଜକ ଅକ୍ଷୟକୁମାର ଜେନା, ସମାଜିକ କର୍ମୀ ତାରିଣୀକୁମାର ପଟ୍ଟନାୟକ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ରିଷିକା ବେହେରା ପ୍ରମୁଖ ଉପସ୍ଥିରେ ରେଡକ୍ରସ ପକ୍ଷରୁ ୫୦୦୦ଟଙ୍କା ପ୍ରଦାନ କରାଯାଇଥିଲା । ଚେମାର ସୁଦ୍ଧିକ୍ରିୟା ସରିବା ପର୍ଯ୍ୟନ୍ତ ପୂର୍ବତନ ୱାଡସଭ୍ୟ ଗୁରି ମୁଣ୍ଡା, ବାଇଧର ମୁଣ୍ଡା, ନୀଳମଣି ମୁଣ୍ଡା, ରାଜୁ ମଣ୍ଡା, ସ୍ଥାନୀୟ ଅଧିବାସୀ ଓ ଅଙ୍ଗନବାଡି କର୍ମୀ ପ୍ରମୁଖଙ୍କୁ ଅସହାୟ ୩ପିଲାଙ୍କ ହେପାଜତ ନିମନ୍ତେ ଜିଲାଶିଶୁସୁରକ୍ଷା ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଏତ୍ଦବ୍ୟତୀତ ସ୍ଥାନିୟୀ ଅଂଚଳର ସ୍ୱେଚ୍ଛାସେବୀ ଓ ଅଦାନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମଧ୍ୟ ସୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।