ଭୁବନେଶ୍ୱର,ବିଧାନସଭା /ରିପୋର୍ଟ / ଅଭିମନ୍ୟୁ ( ଓଡିଶା ତାଜା ନ୍ୟୁଜ୍ ) ଶ୍ରଦ୍ଧାଞ୍ଜଳି ଅର୍ପଣ, ମଙ୍ଗଳବାର, ୨୮ଏପ୍ରିଲ :- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ତଥା ଓଡ଼ିଶାର ବର ପୁତ୍ର ଉତ୍କଳଗୌରବ ମଧୁସୂଦନ ଦାସଙ୍କର ପୁଣ୍ୟ ଜନ୍ମତିଥି ଅବସରରେ ବିଧାନସଭା ପରିସରସ୍ଥିତ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତ ପଥୀ, ଯୁଗ୍ମ ସଚିବ (ଡିବେଟ୍) ଶ୍ରୀ ସରୋଜ କୁମାର ମହାନ୍ତି, ମାର୍ଶାଲ୍ ଶ୍ରୀ ଦେବାଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।