No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) କନ୍ଧମାଳ :- ସରକାରଙ୍କ ବୈମାତୃକ ମନୋଭାବ ନେଇ ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘ କନ୍ଧମାଳ ର ଏକ ବୈଠକ ମାଷ୍ଟରପଡା ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସରକାର ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ମାସିକ ତିନି ହଜାର ଟଙ୍କା ପେନସନ ଦେଉଥିବା ବେଳେ ସେହି ସମାନ କାମ କରିଥିବା ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୦-୨୫ ହଜାର ପେନସନ ଦେଉଥିବା ଅଭିଯୋଗ କରିଛନ୍ତି ଇପିଏଫ ବା ଭବାଷ୍ୟନିଧି ପେନସନ ପାଉଥିବା କର୍ମଚାରୀ।ତିନି ହଜାର ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବାରୁ ସରକାରଙ୍କ ଦ୍ୱାରସ୍ଥ ହେଉଛନ୍ତି । ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି ।
ମାତ୍ର ଅଧିକ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କର ନିୟମିତ ବ୍ୟବଧାନରେ ପେନସନ ବୃଦ୍ଧି ମଧ୍ୟ ହେଉଛି । ଦେଶରେ ପ୍ରାୟ ୭୦ଲକ୍ଷ ଭବିଷ୍ୟନିଧି ପେନସନ ପାଉଥିବା କର୍ମଚାରୀଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଦେଶର ଗୋଟିଏ ଆଇନରେ କେତେ ପାତର ଅନ୍ତର ତାହା ଆପଣମାନେ ଅନୁସନ୍ଧାନ କରନ୍ତୁ । ଆଗାମି ଦିନରେ ଆନ୍ଦୋଳନ କରିବାକୁ ସଂଘ ପ୍ରସ୍ତୁତ ହେଉଥିବା ରାଜ୍ୟ ସମ୍ପାଦକ ଭାଗ୍ୟଧର ଜେନା ସୁଚନା ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ଅବସରପ୍ରାପ୍ତ ଇପିଏଫ ସଂଘର ସଭାପତି ସମ୍ପାଦକ ଓ କର୍ମକର୍ତ୍ତା ମାନେ ବୈଠକରେ ଯୋଗ ଦେଇ ମୂଲ୍ୟବାନ ମତାମତ ଦେଇଥିବା ସଦସ୍ୟ ରଘୁନାଥ ରାଇ ସୁଚନା ଦେଇଥିଲେ । ସରକାର ଅବସରପ୍ରାପ୍ତ ଭବିଷ୍ୟନିଧି କର୍ମଚାରୀ ଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବୀ କରାଯାଇଛି ।

No Result
View All Result