No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ରଣପୁର,କୋଇଲମା :- ରଣପୁର ତହସିଲ,କୋଇଲମା ମୌଜା ର ଗ୍ରାମ୍ୟ କମିଟି ତଥା ଆବାହକ ମଣ୍ଡଳୀ ର ଆହ୍ବାନରେ ବେଆଇନ ଖଣି ଉତ୍ତୋଳନ ଓ ଖଣି ମାଫିଆ ରାଜ ବିରୋଧରେ ଆଜି ଅପରାହ୍ନ ୩ଟା ରେ କୋଇଲମା ଖେଳ ପଡିଆ ଠାରେ ଶ୍ରୀଯୁକ୍ତ ଶରତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଜନ ସଚେତନ ସଭା ଅନୁଷ୍ଠିତ ହୋଇ ଯାଇଛି । ଟାଙ୍ଗିରି ପାହାଡ଼ ,ଗିରିପୂଜା ଓ ଖଣ୍ଡୁଆଳ ପାହାଡ଼ କୁ ରଣପୁର ତହସିଲ ପ୍ରଶାସନ ବିନା ପଲ୍ଲୀ ସଭା ଓ ବିନା ଗ୍ରାମ ସଭାରେ ବେଆଇନ ନିଲାମ ଦେଇ ପଥର ଫୁଟାଇବାର ଅନୁମତି ଦେଇଥିବାରୁ ଲିଜି ଧାରୀମାନେ ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରି ବେଆଇନ ଭାବେ ପ୍ରଦୁଷଣ ,
ପରିବେଶ ଧ୍ୱଂସ ଓ ଗଭୀର ଶବ୍ଦ କରିବାରୁ ବୃନ୍ଦାବନପୁର ଓ ଲୋଧାଚୁଆ ଅଞ୍ଚଳର ସମସ୍ତ ଗ୍ରାମରେ ପକା ଘର ଫାଟି ଆଁ କରିବା,ଜଙ୍ଗଲ ଧ୍ଵସଂ ହେବା,ଜଙ୍ଗଲ ଜୀବ ଜନ୍ତୁ ଆଦି ଭୟଭୀତ ହୋଇ ଗାଁ ମୁଂହା ହେବା,ରାସ୍ତା ଧ୍ଵସଂ ବିଧ୍ୱସ୍ତ ହେବା ଆଦି ବଢି ଛଲିଥିବା ବେଳେ ଲୋକେ ଆତଙ୍କିତ ହୋଇଛନ୍ତି ଓ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରା ସାଜିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ ।
ଆଧିକ ଲାଭ ଉଠାଇବାକୁ ଯାଇ ନିଲାମ ଧାରୀ ମାନେ ଖୋର୍ଧା ଜିଲ୍ଳା ତାପଙ୍ଗ ଅଞ୍ଚଳର ଖଣି ମାଫିଆ ମାନଙ୍କୁ ଆଣି ପ୍ରବେଶ କରାଇ ମନ ଇଛା ଜନ ଜୀବନକୁ ସଙ୍କଟ ରେ ପକାଇ ଦିନକୁ ୫୦୦ଟ୍ରିପ ହାୱାଇ ଜରିଆରେ ଉତ୍ତୋଳନ କରି ଚାଲିଛନ୍ତି।ଯାହାକି ପ୍ରଶାସନ ଓ ଖଣି ମାଫିଆଙ୍କ ଆସାଧୁ ମେଣ୍ଟ ହୋଇଛି ବୋଲି ବକ୍ତା ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ଖଣି ବନ୍ଦ କରା ଯିବା ସହ ମାଫିଆ ରାଜ ବନ୍ଦ କରିବାକୁ ପ୍ରଶାସନ କୁ ସଭା ତରଫରୁ ଦାବୀ କରାଯାଇଛି।ନଚେତ କ୍ରିୟାନୁଷ୍ଠାନ କମିଟି ଏହା ବିରୋଧରେ ଜନସାଧାରଣ ଙ୍କୁ ନେଇ ତୀବ୍ର ଆନ୍ଦୋଳନ କରିବ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସଭା ତରଫରୁ ଚେତାବନୀ ଦିଆ ଯାଇଛି ।
ଏହି ସଭାରେ ସୂର୍ଯ୍ୟ କାନ୍ତ ମହାପାତ୍ର, ଗିରିଜାକାନ୍ତ ମହାପାତ୍ର, ମହାଦେବ ମହାରଣା, ସୁରେଶ ସ୍ବାଇଁ,ଭାଗିରଥି ନାୟକ,ଭିକାରୀ ଚରଣ ସାହୁ, ଅରକ୍ଷିତ ସାହୁ,ନୀଳମଣି ସାହୁ, ଗିରିସ ମହାପାତ୍ର,ରଞ୍ଜନ ସିଂ, ଆଲୋକ ଜେନା, କୈଳାସ ସାହୁ,ଭିକାରୀ ଚରଣ ସାହୁ ଓ ଆଲୋକ କୁମାର ଜେନା ପ୍ରମୂଖ ବକ୍ତବ୍ୟ ଦେଇ ଥିଲେ । ପ୍ରାୟ ଶତାଧିକ ଲୋକ ଉକ୍ତ ସଭାରେ ଯୋଗଦେଇଥିଲେ । ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିବେଦନ ।
No Result
View All Result