No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ବାଲିଗୁଡା :- ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ପ୍ରଥମ ପର୍ଯ୍ୟାୟ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ସାରିବାକୁ ଯାଉଥିବା ବେଳେ ଏହାର ଦ୍ବିତୀୟ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ଆଉ ସାତୋଟି ସ୍କୁଲକୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିବାର ସୁଯୋଗ ମିଳିଛି । ଏହି ଅବସରରେ ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ବିଭିନ୍ନ ସ୍କୁଲ ଅଞ୍ଚଳ ପ୍ରଦର୍ଶନ କରି ପ୍ରଥମ ପର୍ଯ୍ୟାୟ ବୈଠକ କରି ଆଲୋଚନା କରିଛନ୍ତି । ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଗ୍ରାମ୍ୟ ଜନସାଧାରଣଙ୍କ ଉପସ୍ଥିତରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।
ସ୍ମାର୍ଟ ସ୍କୁଲ ପାଇଁ ସରକାର ଯାହା ଅନୁଦାନ ଦେଉଛନ୍ତି ତାହା ଯଥେଷ୍ଟ ନାହିଁ ଏଣୁ ଜରୁରୀ ଆବଶ୍ୟକତାକୁ ଦେଖି ବ୍ଲକ ଓ ପଞ୍ଚାୟତ ସ୍ତରରେ ଅନୁଦାନ ପାଣ୍ଠି ସୃଷ୍ଟି କରି ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ଏବଂ ୫-ଟି ଗାଇଡ଼ ଲାଇନ ଅନୁସାରେ କିପରି ନିର୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ କରାଯାଇ ପାରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ସରକାରଙ୍କ ଦ୍ବାରା ଗୃହୀତ ଏହି ସ୍ମାର୍ଟ ସ୍କୁଲ ନିର୍ମାଣ ପ୍ରସ୍ତାବ କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । ବ୍ରାହ୍ମଣୀ ଗାଁ ସମେତ ଝିଞ୍ଜିରିଗୁଡ଼ା, ସିକରମାହା, ଭ୍ରମରବାଡ଼ି, ଆଦର୍ଶ ବିଦ୍ୟାଳୟ ଆଦି ସ୍କୁଲ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।
No Result
View All Result