କୋରାଇରୁ, ରଶ୍ମିରେଖା ମଲ୍ଲିକଙ୍କ ,ରିପୋର୍ଟ (ଓଡିଶାତାଜା ନ୍ୟୁଜ୍) ମିଳୁଛି ରନ୍ଧାଖାଦ୍ୟ :- କୋରାଇ ବ୍ଲକରେ ରହୁଥିବା ୫୭୮ଜଣଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଦିଆ ଯାଉଛି ।ବ୍ଲକର ୨୨ଟି ସ୍ଥାନରେ ଦିଆ ଯାଉଥିବା ସୂଚନା ମିଳିଛି । କରୋନା ନିୟମକୁ ମାନିଲୋକେ ସାମାଜିକ ଦୂରତା ପାଳନ କରୁଥିବାରୁ ଘରୁ ବାହାରି ପାରୁ ନାହାନ୍ତି । ସରକାରଙ୍କ ପକ୍ଷରୁ ଆଗୁଆ ତିନିମାସର ଯୋଗାଣ ସାମଗ୍ରୀ ଦିଆଯିବା ସହିତ ସେମାନଙ୍କ ଚଳିବା ପାଇଁ ଏକ ହଜାରଟଙ୍କା ଦିଆ ଯାଇଥିଲା । ସରକାର ପକ୍ଷରୁ ଘୋଷଣା କରା ଯାଇଛି ।
ଅନ୍ୟ ଯେଉଁ ମାନେ କାମ ନକରି ରହୁଛନ୍ତି ସେମାନଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରାଯାଉଛି । କୋରାଇ ବ୍ଲକ ରେ ବାହାର ରାଜ୍ ୟଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତର ପ୍ରଦେଶ ଭଳି ବାହାର ଜିଲା କେନ୍ଦୁଝର, ନୟାଗଡ଼, ଭଦ୍ରକ ଆଦି ଜିଲା ଓ ଆମଜିଲାର ଅନ୍ୟ ବ୍ଲକରୁ ମୋଟ ୫୭୮ଲୋକେ ଅଟକି ରହିଯାଇ ଥିଲେ । ଯେଉଁମାନେ ଅଟକି ରହିଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠ ଶ୍ରେଣୀର ୫୩୬ଜଣ ରହିଥିବା ବେଳେ ଛୋଟ ପିଲା ନାବାଳକ ୪୧ଜଣ ଅଟକି ରହି ଯାଇଛନ୍ତି । ଏହାବ୍ୟତୀତ କୋରାଇ ବ୍ଲକର ମୋଟ ୭୭୭ଜଣଙ୍କ ମଧ୍ୟରୁ ବରିଷ୍ଠ ବ୍ୟକ୍ତି ୬୮୧ ଓ ୯୬ଜଣ ନାବାଳକ ରହି ଯାଇଛନ୍ତି । ବ୍ଲକରେ ସର୍ବମୋଟ୧୩୫୫ ଲୋକଙ୍କୁ ରନ୍ଧାଖାଦ୍ୟ ଆଯାଉଛି । ବିିଡିଓ ଶ୍ୱେତା ସ୍ନିଗ୍ଧାଙ୍କ ନିର୍ଦ୍ଦେଶରେ ଏହିକାର୍ଯ୍ୟ ପରିଚାଳିତ ହେଉଥିବା ବେଳେ ଏବିଡିଓ ଜ୍ଞାନଦା ନାୟକ ତଦାରଖ କରିଛନ୍ତି ।