No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ଗ୍ରାମ ନିକଟ ନାଣ୍ଡାବାଲି ଡ୍ୟାମ ଭିତରୁ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଏକ ଶବକୁ ଦାରିଙ୍ଗବାଡି ଥାନା ପୁଲିସ ଉଦ୍ଧାର କରିଛି l ମୃତ ବ୍ୟକ୍ତି ଜଣକ ହେଲେ କ,ନୂଆଗାଁ ବ୍ଲକ ମହାସିଂଙ୍ଗ ଗ୍ରାମର ବିରୁପାକ୍ଷ ଦଳପତି(୪୦) l ପୁଲିସ ଓ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ସୂଚନା ପ୍ରକାରେ ମୃତ ବିରୂପାକ୍ଷ ସିମନବାଡି ଅଞ୍ଚଳରେ କାମ କରିବାକୁ ଆସିଥିଲେ l
ଶନିବାର ଦିନ କାମ କରିବା ପରେ ଗାଧୋଇବା ପାଇଁ ତାଙ୍କ ସହିତ କାମ କରୁଥିବା ଅନ୍ୟ ୨ଜଣଙ୍କ ସହିତ ନାଣ୍ଡାବାଲି ଡ୍ୟାମକୁ ଯାଇଥିଲେ ସେହି ସମୟରେ ସେ ଶୌଚ ହେବା ପାଇଁ କହି ଯାଇଥିଲେ କିନ୍ତୁ ବହୁତ ସମୟ ଧରି ସେ ଫେରି ନଥିଲେ ଏହା ପରେ ଗାଧୋଇବା ପାଇଁ ଯାଇଥିବା ଅନ୍ୟ୨ଜଣ ବହୁତ ଖୋଜା ଖୋଜି କରିଥିଲେ ସୁଦ୍ଧା ବିରୂପାକ୍ଷଙ୍କ ସନ୍ଧାନ ପାଇନଥିଲେ l
ଏହା ପରେ ରବିବାର ଦିନ ଡ୍ୟାମ ଭିତରେ ଏକ ଶବ ଥିବା ନେଇ ଘଟଣା ପ୍ରଘଟ ହେବା ପରେ ଏନେଇ ଦାରିଙ୍ଗବାଡି ଥାନା ଅଧିକାରୀ ଙ୍କୁ ସୂଚନା ଦେବା ପରେ ଥାନା ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି l (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result