No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ବାଲିଗୁଡା :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଦେଶବାସୀଙ୍କୁ ୧୦୦ କୋଟି କୋଭିଡ଼ି ଟୀକା ପ୍ରଦାନ କରାଗଲା l ଏହି ପରିପ୍ରେକ୍ଷିରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ବିଜେପି ତରଫରୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାର କୋଭିଡ଼ି ଟୀକାକରଣ ସ୍ୱାସ୍ଥ୍ୟକର୍ମୀ କୋଭିଡ଼ି ଯୋଦ୍ଧାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହିତ ଜିଲ୍ଲା ସଭାପତିଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଛି |

ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ମଣ୍ଡଳ ବିଜେପି ସଭାପତି ଦିବାକର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡେଇ, ଉପସଭାପତି ମନୋଜ ରଥ, ସୁରେନ୍ଦ୍ର ପାତ୍ର, ରୋମ୍ୟଜିତ ପଣ୍ଡା, ସୁମିତ ପାଢ଼ୀ, ଡିକୁ ନାୟକଙ୍କ ସମେତ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

No Result
View All Result