No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର ) ବସ୍ତା :- ବସ୍ତା ବ୍ଲକ ସନ୍ତୋଷପୁର ପଂଚାୟତର ବେଣାପୁରା ଗାଁରେ ଭେଟିଲି ଫକୀରମୋହନ ସାମନ୍ତରାୟଙ୍କୁ l ଜଣେ ଭୂମିହୀନ,ଅସହାୟ, ଲୋକ l ତିନ ଜଣ କୁଟୁମ୍ବଙ୍କୁ ନେଇ ତାଙ୍କ ପରିବାର l ଆଜକୁ 7 ବର୍ଷ ହେବ ପାରlଲିସସରେ ରୋଗରେ କାଟୁଛନ୍ତି ତାଙ୍କ ଜୀବନ l ମେଡ଼ିସିନ ଆଣିବା ପାଇଁ ମଧ୍ୟ ଅକ୍ଷମ l ତା ସାଙ୍ଗକୁ କୋରାନl l ଜୀବନ ଜୀବିକା କିଛି ନାହିଁ lଘରଟି ନଦୀ କୂଳରେ ଅବସ୍ଥିତି l ତାଙ୍କ ପାଇଁ ଆବାସଟି ମଧ୍ୟ ଅସଜଡ଼ା ହୋଇ ରହିଛି l
ଜୀବନ ସାଥୀ ସ୍ୱେଚ୍ଛା ସେଵୀ ସଂଗଠନର ସଭାପତି ତଥା ଯୁବ ସମାଜସେଵୀ ଦୀପ୍ତିମାନ ପତି, ପାର୍ଥସାରଥୀ ମହାପାତ୍ରଙ୍କ ରାଜ୍ୟ ସରକାରଙ୍କୁ ଅନୁରୋଧ l କିନ୍ତୁ ଅଦ୍ୟlବଧି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ସାହାଯ୍ୟ ମିଳିବା ତ ଦୂର କଥା ଗୋଟେ ହ୍ବିଲ ଚେୟାର ମଧ୍ୟ ଦିଆଯାଇ ନାହିଁ lଏ ଅନ୍ୟାୟର ପ୍ରତିବାଦ ଜରୁରୀ l ଗରିବ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ମାଳ ମାଳ l ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସାହାଯ୍ୟ (ହ୍ବିଲ ଚେୟାର)କେବେ ମିଳିବ ଦେଖିବାକୁ ରହିଲା l ( ରିପୋର୍ଟ – ଦୀପ୍ତିମାନ ପତି )
No Result
View All Result