No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ପୁରୀ :- ଗତକାଲି ବିଳମ୍ବିତ ରାତିରେ ଦାଦା ବଟି କୁ କେନ୍ଦ୍ର କରି ଜୈନକା ମହିଳା ଗୁଳିମାଡ଼ ର ଶିକାର ହୋଇଛନ୍ତି । ଘଟଣାର ଜଣାପଡ଼ିଛି ଯେ, କୁମ୍ଭରପଡା ଥାନା ଅନ୍ତର୍ଗତ ଆଇ ଟି ଆଇ ଛକରେ ରହୁଥିବା ଜିତେନ୍ଦ୍ର ସାହୁଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ବିଜୁ ବେହେରା ନାମକ ଜୈନକ ଅସାମାଜିକ ଯୁବକ ତାର ଜଣେ ସହଯୋଗୀ ସହ ଆସି ଘରର ଗ୍ରୀଲ କବାଟ ବାଡେଇଥିଲେ, ଜିତେନ୍ଦ୍ର ଘରର କବାଟ ନଖୋଲି ବାରୁ ଦୃବୃତ୍ତ ଜଣକ ଗ୍ରୀଲ ମଧ୍ୟ ଦେଇ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।
ମାତ୍ର ଗୁଳିଟି ଜିତେନ୍ଦ୍ର ଙ୍କ ଦେହରେ ନବାଜି ପାଖରେ ଥିବା ତାଙ୍କ ପତ୍ନୀ ସୁଷମା ସାହୁ ଙ୍କ ଅଣ୍ଟା ରେ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ । ଖବର ପାଇ କୁମ୍ଭରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଷମା ଙ୍କୁ କଟକ ଏସ.ସି.ବି କୁ ସ୍ଥାନାନ୍ତର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।
No Result
View All Result