ହିଞ୍ଜିଳିକାଟୁ , ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ୩ ଦୋକାନକୁ ସିଲ ,ରବିବାର ୨୬ ଏପ୍ରିଲ ୨୦୨୦ :- କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମେ ୩ ତାରିଖ ଯାଏଁ ଲକ ଡ଼ାଊନ ଘୋଷଣା କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଦୋକାନ ଖୋଲି ଦୋକାନରେ ଜନଗହଳି କରିବା ସହ ବେପାର ବଣିଜ କରୁଥିବା ଅଭିଯୋଗରେ ସ୍ଥାନୀୟ ପୌରପ୍ରଶାସନ ସ୍ଥାନୀୟ ପୌରାଂଚଳ ଆହାର କେନ୍ଦ୍ର ନିକଟରେ ନିକଟରେ ଅବସ୍ଥିତ ସେଲୁନ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ସିଲ କରିଛନ୍ତି । ପ୍ରକାଶ ଯେ, ସେଲୁନ ମାଲିକ ଦୋକାନ ଖୋଲି କିଛି ଗ୍ରାହକଙ୍କୁ ଚୁଟି କାଟିବା ସହ ସେବିଂ କରୁଥିଲେ ।

ଖବର ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ଦୋକାନକୁ ସିଲ କରିବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ଥାନାରେ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଦୋକାନୀ ମାଲିକଙ୍କୁ ଗିରଫ କରିଛି । ଅନୁରୁପ ଭାବେ ରବିବାର ସ୍ଥାନୀୟ ପରିବା ବଜାର ମଧ୍ୟରେ ଜଣେ ଆଳୁ ଦୋକାନୀ ସାମାଜିକ ଦୂରତ୍ୱ ରକ୍ଷା ନକରି ବେପାର ବଣିଜ କରୁଥିଲେ ଏବଂ ପୌର କାର୍ଯ୍ୟାଳୟ ନିକଟରେ ଜଣେ ମୋବାଇଲ ଦୋକାନୀ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା ନକରି ବେପାର ବଣିଜ କରୁଥିଲେ । ଖବର ପାଇ ପୌରପରିଷଦ କର୍ମଚାରୀ ସଂପୃକ୍ତ ଦୋକାନରେ ପଂହଚି ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଥିଲେ । ଦୋକାନୀ ମାଲିକ ଜୋରିମାନା ଅର୍ଥ ନଦେବା ଲାଗି ପୌର କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲା । ଖବର ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଘଟଣା ସ୍ଥଳରେ ପଂହଚି ଜୋରିମାନା ଅର୍ଥ ପ୍ରଦାନ ନକରିବା ଯୋଗୁଁ ସଂପୃକ୍ତ ୨ ଦୋକାନକୁ ସିଲ କରିଥିଲେ ।












