କଟକ,ମାହାଙ୍ଗା.ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ମୁମ୍ବାଇ ଫେରନ୍ତା ,ରବିବାର ୨୬ ଏପ୍ରିଲ ୨୦୨୦ :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ପଂଚାୟତ ସିପୁରା ଗ୍ରାମରେ ମୁମ୍ବାଇ ଫେରନ୍ତା କ୍ଵାରେଣ୍ଟାଇନରେ ନରହିବାକୁ ନେଇ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ଗାଁ ଯୁବଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଓ ଅସନ୍ତୋଷ ଦେଖାଦେଇଛି । ସିପୁରା ଗ୍ରାମର ଜଣେ ବ୍ୟକ୍ତି ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ରହି କର୍କଟ ରୋଗ ଚିକିତ୍ସା ହେଉଥିଲେ । ମୁମ୍ବାଇରେ କରୋନା ସଂକ୍ରମଣର ବ୍ୟାପକତା ଅଧିକ ରହିଛି । ଗତ ଦୁଇଦିନ ହେବ ଏହି ରୋଗୀଙ୍କ ସହ ତାଙ୍କର ଚାରିଜଣ ସମ୍ପର୍କୀୟ ମୁମ୍ବାଇରୁ ଫେରି ଗାଁରେ ଆସି ରହୁଛନ୍ତି । ସରକାରଙ୍କ ନିୟମ ଅନୁଯାଇ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ରେଜିଷ୍ଟ୍ରେସନ କରି ପଂଚାୟତ କ୍ଵାରେଣ୍ଟାଇନ କେନ୍ଦ୍ରରେ ରହିବା କଥା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିମାନେ କ୍ଵାରେଣ୍ଟାଇନରେ ନରହିବାରୁ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବା ସହ ପୋଲିସ ଓ ବିଡ଼ିଓଙ୍କୁ ଅବଗତ କରିଥିଲେ । ସରପଞ୍ଚ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ସଙ୍ଗରୋଦ୍ଧ କେନ୍ଦ୍ରରେ ରଖିବା ପାଇଁ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇ ଦେଇଥିଲ, ଅଭିଯୋଗ ପରେ ସମ୍ପୃକ୍ତ ପରିବାରର ଦୁଇ ପୁରୁଷ ସଦସ୍ୟଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇ ଥିବାବେଳେ ସେମାନେ ରାତ୍ରିରେ ଘରକୁ ପଳାଇଯାଉଥିବା ନେଇ ଗ୍ରାମବାସୀ ମାନେ ପୁନର୍ବାର ଅଭିଯୋଗ କରିଛନ୍ତି ।

ମୁମ୍ବାଇ ଫେରନ୍ତା ଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ତାଙ୍କ ନିଜ ବାସଗୃହରେ ରହିବା ସହ ଖୋଲାରେ ଚଳପ୍ରଚଳ କରୁଛନ୍ତି, ସେମାନେ ଜେ ମୁମ୍ବାଇରେ କରୋନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିନଥିବେ ତାହା କିଏ କହିବ, ଅନ୍ୟ ଦୁଇ ଜଣ ପରିବାର ସଦସ୍ୟ ଙ୍କୁ କ୍ଵାରେଣ୍ଟାଇନ କେନ୍ଦ୍ରକୁ ନିଆ ନଯିବାଦ୍ୱାରା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସମ୍ପୃକ୍ତ ମୁମ୍ବାଇ ଫେରନ୍ତା ବ୍ୟକ୍ତିଙ୍କ ଘର ନିକଟରେ ଗାଁର ଗୋଟିଏ ସରକାରୀ ନଳକୂପ ଅଛି । ଏହି ନଳକୂପ ଉପରେ ମୁମ୍ବାଇ ଫେରନ୍ତା ପରିବାର ସହିତ ଶହଶହ ଗ୍ରାମବାସୀ ପାନୀୟଜଳ ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ଏମାନଂକ ଭୟରେ କେହି ପାଣି ପାଇଁ ସେ ନାଳକୂପକୁ ଯାଉ ନାହାଁନ୍ତି । ଯାହାଫଳରେ ଲୋକମାନେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି । ତୁରନ୍ତ ବ୍ଲକ ପ୍ରଶାସନ ହସ୍ତକ୍ଷେପ କରି ସେମାନକୂ କ୍ଵାରେଣ୍ଟାଇନରେ ରଖିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଏକ ଟିମ ସେଠାକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ସୁଧା ଅନ୍ୟ ଦୁଇ ଜଣକୁ ସାଙ୍ଗରୋଧ ଗୃହକୁ ସ୍ଥାନାଂତର କରିନାହାନ୍ତି, ରାଜନୈତିକ ଚାପରେ ସେମାନଙ୍କୁ ତାଙ୍କ ନିଜ ଘରେ ରହିବାକୁ ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଚନ୍ତି, ସମସ୍ତ ବାହାର ରାଜ୍ୟ ଫେରନ୍ତା ମାନେ ସଙ୍ଗରୋଧ ଗୃହରେ ରହିବାର ନିଅମ ଥିଲେବି ତାହା ମାହାଙ୍ଗା ବ୍ଲକରେ ଠିକସେ କାର୍ଯ୍ୟକରିହେଉନାଇଁ,ଏ ସମ୍ପର୍କରେ ମାହାଙ୍ଗା ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ ଙ୍କୁ ପଚାରିବାରୁ ଅନ୍ୟ ଦୁଇଜଣଙ୍କୁ ହୋମ କ୍ଵରେଣ୍ଟାଇନ ରହିବାକୁ ନିର୍ଦେଶ ଦିଆଜାଇଛି କହି ଘଟଣାକୁ ହାଲକା ଭାବେ ନେଇଛନ୍ତି, କଟକ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହୋଇଛି ।












