No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲମଡ଼ା ଗ୍ରାମ ର ଯୁବକ ମାନଙ୍କ ର ମା ତାରିଣୀ ଯୁବକ ସଂଘ ପଞ୍ଜିକରଣ ହୋଇଛି । ମା ତାରିଣୀ ଯୁବକ ସଂଘ ପଞ୍ଜିକରଣ ପାଇଁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ଙ୍କ ବହୁତ ଅବଦାନ ଓ ସହଯୋଗ ରହିଥିବାରୁ କ୍ଲବ୍ ର ସଦସ୍ୟ ମାନେ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ତତ୍ ସହିତ ଆଗାମୀ ଦିନରେ ବିଧାୟକ ଙ୍କ ହାତ ମୁଠା କୁ ଅଧିକ ଶକ୍ତିଶାଳୀ କରିବା ପାଇଁ କହିଛନ୍ତି । ସଂଘ ପଞ୍ଜିକରଣ ହୋଇଥିବା ନେଇ ମା ତାରିଣୀ ଯୁବକ ସଂଘ ର ସଦସ୍ୟ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ପରିବେଶ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ସଦସ୍ୟ ମାନେ କହିଛନ୍ତି ।


No Result
View All Result