No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ଜଣେ ପୁତ୍ର ତା ବୃଦ୍ଧବାପାଙ୍କୁ ରାତ୍ରୀ ଭୋଜନ ପାଇଁ ଏକ ସୁନ୍ଦର ଦାମୀ ରେଷ୍ଟୁରାଣ୍ଟକୁ ନେଇ ପହଞ୍ଚିଲେ । ବହୁତ ଭଲ ସୁସ୍ବାଦୁ ଖାଦ୍ୟ ମଗାଇଲେ । ଖାଦ୍ୟ ଖାଇବା ସମୟରେ ବୃଦ୍ଧ ପିତା ଅନେକ ଥର ଖାଦ୍ୟ କୁ ନିଜ କପଡା ଓ ତଳେ ପକାଇ ଅସନା କରୁଥିଲେ । ରେଷ୍ଟୁରାଣ୍ଟ ରେ ବସିଥିବା ଅନ୍ୟାନ୍ୟ ଲୋକ ଯିଏ ଅନ୍ୟ ଟେବୁଲରେ ଖାଦ୍ୟ ଖାଉଥିଲେ ସେମାନେ ବୃଦ୍ଧଙ୍କୁ ଘୃଣା ଚକ୍ଷୁ ରେ ଚାହିଁ ମୁହଁ ବିକୃତ କରୁଥିଲେ । କିନ୍ତୁ ତାଙ୍କ ପୁତ୍ର ଏସବୁ ପ୍ରତି ସହଜ ଓ ଶାନ୍ତ ଥିଲେ ।
ଖାଇବା ପରେ ପୁଅ ବିନା ଦ୍ବିଧାରେ ଅତିଶ୍ରଦ୍ଧାରେ ସାମାନ୍ୟ ଲଜ୍ଜିତ ବୋଧ ନକରି ବୃଦ୍ଧବାପାଙ୍କୁ ୱାସରୁମ୍ କୁ ନେଇଗଲେ, ତାଙ୍କ କପଡା ସଫା କଲେ, ମୁହଁ ଧୋଇଦେଲେ, ବାଳକୁ ପାନିଆରେ ସଜାଇଦେଲେ, ଚଷମା ପିନ୍ଧାଇ ବାହାରକୁ ନେଇଆସିଲେ । ସମସ୍ତେ ଆଖି ମେଲାକରି କେବଳ ଚାହିଁ ରହିଥିଲେ ।
ତାପରେ ସେ ହୋଟେଲର ବିଲ ଅର୍ଥ ପଇଠକରାଇ ବୃଦ୍ଧବାପାଙ୍କୁ ନେଇ ବାହାର କୁ ବାହାରନ୍ତେ ସେତେବେଳେ ଅନ୍ୟ ଜଣେ ବୃଦ୍ଧ ପଛରୁ ଡାକିଲେ ଆଉ ପଚାରିଲେ – କଣ ତୁମକୁ ଲାଗୁନାହିଁ ଯେ ତୁମେ ଏଠାରେ କିଛି ଛାଡିଦେଇ ଯାଉଛ ..? ସେ କହିଲା – କାହିଁ ନାହିଁ ତ ସାର, ମୁଁ କିଛି ବି ଛାଡିକରି ଯାଉନାହିଁ । ସେ ଭଦ୍ରବ୍ୟକ୍ତି ବୃଦ୍ଧ ଜଣଙ୍କ କହିଲେ – ପୁଅ, ତୁମେ ଏଠାରେ ପ୍ରତ୍ୟେକ ପୁତ୍ରଙ୍କ ପାଇଁ ଏକ ଶିକ୍ଷା, ଉଚିତ ମାର୍ଗଦର୍ଶନ ଓ ପ୍ରତ୍ୟେକ ପିତାଙ୍କ ପାଇଁ ଆଶାର ସଞ୍ଚାର କରି ଯାଉଛ ।
ସାଧାରଣ ଭାବରେ ଆମେମାନେ ନିଜର ବୟୋବୃଦ୍ଧ ମାତାପିତାଙ୍କୁ ନିଜ ସାଥିରେ ବାହାରକୁ ନେଇ ଯିବାକୁ ପସନ୍ଦ କରନ୍ତି ନାହିଁ । ଆଉ କହନ୍ତି ଯେ – କଣ କରିବ, ଆପଣ ତ ଠିକରେ ଚାଲିପାରିବେ ନାହିଁ, ଠିକଭାବେ ଖାଇ ପାରିବେ ନାହିଁ, ଆପଣ ଘରେ ହିଁ ଥାଆନ୍ତୁ ଭଲ ହେବ । କିନ୍ତୁ କଣ ଆପଣ ଭୁଲିଯାଇଛନ୍ତି ଯେ ଯେତେବେଳେ ଆପଣ ଛୋଟ ଥିଲେ , ଆଉ ଆପଣଙ୍କ ମାତାପିତା ଆପଣଙ୍କୁ ନିଜ କୋଳରେ ଧରି ସବୁଆଡେ ବୁଲାଇ ନିଅନ୍ତି ।
ଆପଣ ଯେତେବେଳେ ଠିକରେ ଖାଇ ଶିଖିନଥିଲେ ତ ମାଆ ଆପଣଙ୍କୁ ତାଙ୍କ ନିଜ ହାତରେ ଖୁଆଇ ଦେଉଥିଲେ, ଆଉ ଖାଦ୍ୟ ପଡିଯାଉଥିଲେ ବି କେବେ ବିରକ୍ତ ହେଉନଥିଲେ ବରଂ ସ୍ନେହରେ ଆଉଁସି ଦେଇ ଖୁଆଉଥିଲେ ସଯତ୍ନରେ । ତ ପୁଣି ସେହି ବାପାମାଆ ବୁଢାବୁଢୀ ହେବାପରେ ବୋଝ କାହିଁକି ଲାଗନ୍ତି ..? ମାଆବାପା ଭଗବାନ ଙ୍କ ସ୍ବରୂପ ଅଟନ୍ତି । ତାଙ୍କର ସେବା କରନ୍ତୁ ଆଉ ପ୍ରେମ ଦିଅନ୍ତୁ କାହିଁକି ନା ଆପଣ ବି ଦିନେ ବୁଢା ହେବେ ।
ନିଜ ବାପାମାଆଙ୍କୁ ସର୍ବଦା ସମ୍ମାନ କରନ୍ତୁ !!
No Result
View All Result