ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ଗୁରୁବାର ) ରଣପୁର /ରିପୋର୍ଟ – ଅଭିମନ୍ୟୁ :- ଗତ ବର୍ଷ ଭଳି ଚଳିତ ବର୍ଷ କୋଭିଡ କଟକଣା ଅନୁସାରେ ଶକ୍ତି ପୀଠ ଗୁଡିକରେ ମହନବମୀ ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ରଣପୁରର ଆରାଧ୍ୟାଦେବୀ ମା ମଣିନାଗ ଙ୍କ ପୀଠରେ ମାଆଙ୍କର ଷୋଳ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖିଲାମୁଣ୍ଡା ଓ ଦୁର୍ଗା ମଣ୍ଡପରେ ଆଜି ନବମୀ ପୁଜା ଆରମ୍ଭ ହୋଇଛି । ରଣପୁର ଜଗନ୍ନାଥବଜାର ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଜଗଦ୍ଧାତ୍ରୀ ଦେବୀ ମା ଦୁର୍ଗା ଙ୍କ ର ଦଶହରା ଉତ୍ସବ ୫୦ ବର୍ଷରୁ ଅଧିକ ବର୍ଷ ଧରି ପାଳିତ ହୋଇଆସୁଛି ।

ରଣପୁର ର ସମସ୍ତ ଜନସାଧାରଣଙ୍କର ଆନ୍ତରିକ ସହଯୋଗ ରେ ଦୀର୍ଘ ଦିନ ଧରି ଉକ୍ତ ଦୁର୍ଗା ପୂଜା ପାଳିତ ହୋଇଆସୁଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଣପୁରର ଦୁର୍ଗାପୂଜା କମିଟି ଓ ବଜାର କମିଟି ପକ୍ଷରୁ ମା ଙ୍କ ର ଶାରଦୀୟ ପୂଜା ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ଙ୍କ ଗହଣରେ ପାଳିତ ହେଉଥିବା ଦୁର୍ଗା ପୂଜା ଚଳିତ ବର୍ଷ କୋଭିଡ଼ି କଟକଣାନୁସାରେ ପାଳିତ ହେଉଥିବା ଦେଖାଦେଇଛି । ଶକ୍ତିପୀଠ ଭଳି ଏଠାରେ ମଧ୍ୟ ସପ୍ତମୀ , ମହାଷ୍ଟମୀ ପୂଜା କରାଯାଇଥିବା ବେଳେ ଆଜି ମହାନବମୀ ଓ ଆସନ୍ତା କାଲି ମା ଙ୍କ ର ଦଶମୀ ପୂଜା ଅନୁଷ୍ଠିତ ହେବ ।

ସେହିଭଳି ଭାବରେ ରଣପୁର ରାଜବାଟି ଭିତରେ ମା ଖିଲାମୁଣ୍ଡା ଓ ମଣିନାଗଙ୍କର ସପ୍ତମୀ ଠାରୁ ପୂଜା ଆରମ୍ଭ ହୋଇଯାଇଅଛି । କୋଭିଡ୍ କଟକଣା ରହିଥିବାରୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ ଭାବେ ବନ୍ଦ ରହିଥିବା ଜଣାପଡିଛି । ତେଣୁ ପୀଠ ଗୁଡିକ ରେ ଭକ୍ତ ଙ୍କ ସଂଖ୍ୟା କମ୍ ଥିବାର ଦେଖିବାକୁ ମିଳିଛି । ବିଭିନ୍ନ ପୀଠରେ ସାସୃଂତିକ କାର୍ଯ୍ୟକ୍ରମ ହେଉନଥିବାରୁ ଓ କୋଭିଡ କଟକଣା ମଧ୍ୟରେ ପାଳିତ ହେଉଥିବାରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିନାହିଁ । ତେବେ ଶୁକ୍ରବାର ଦିନ ମାଆଙ୍କର ଦଶହରା ପାଳନ ହେବାକୁ ଥିବା ଜଣାପଡିଛି ।













