ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ରବିବାର ୨୬ ଏପ୍ରିଲ ୨୦୨୦ ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ :- ଯାତ୍ରା ଶୁଭଦାୟକ ହେବ। ସତ୍ ଉପାୟରେ ଧନ ଅର୍ଜନ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀ ମିଳିପାରେ। ଉପଯୁକ୍ତ ପରାମର୍ଶଦାତା ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟଶାଳୀ ହେବେ।
ବୃଷ :- ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ରୂପବାନ୍ ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି। କର୍ମକ୍ଷେତ୍ରରେ ଶୀର୍ଷସ୍ଥାନ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନ ମିଳିପାରେ। ଶରୀର ସୁସ୍ଥ ରହିବ।
ମିଥୁନ :- ବାଣିଜ୍ୟ କାରବାରରେ ଅଧିକ ଲାଭ ମିଳିବ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଜଣେ ଚତୁର ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିଷାଦିତ ହୋଇପାରନ୍ତି। ପତ୍ନୀଙ୍କ ମନରେ ଅସନ୍ତୋଷ ଦେଖା ଦେବ।
କର୍କଟ :- ଆଶା କରୁଥିବା ଦ୍ରବ୍ୟ ଲାଭ ହେବ। ଆଶାଫଳ ବତୀ ହେବ। ସନ୍ମାର୍ଗୀ ହେବେ। ବିଜ୍ଞ ବ୍ୟକ୍ତିର ପରିଚାୟକ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଜନପ୍ରିୟ ହୋଇପାରନ୍ତି। ସତ୍ପଥଗାମୀ ହେବେ। ଉପକାରୀଙ୍କୁ କୃତଜ୍ଞତା ଜଣାଇବେ।
ସିଂହ :- ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ସ୍ନେହ ଶ୍ରଦ୍ଧା ଲାଭ କରିବେ। ସତ୍ୟପଥରୁ ବିଚ୍ୟୁତ ହେବେ ନାହିଁ। ଅଭୀଷ୍ଟ ସିଦ୍ଧି ହୋଇପାରେ। ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ। ସତ୍ୟର ପୁଝାରୀ ହେବେ।
କନ୍ୟା :- ମନରେ ସେବା ଭାବ ଜାଗ୍ରତ ହୋଇପାରେ। ବହୁ ସୁଖର ଅଧିକାରୀ ହେବେ। ମହାନ୍ କାର୍ଯ୍ୟ କରି ଅଭୀଷ୍ଟ ପୁରଣ କରିପାରନ୍ତି। ନିଜ ବନ୍ଧୁ ଓ ପ୍ରିୟଜନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ଗ୍ରହଣ କରିବେ। ବନ୍ଧୁ, ପୁତ୍ର ଓ ପତ୍ନୀଙ୍କ ହିତ ସାଧନ କରିବେ।
ତୁଳା :- ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ଭୟ ସଞ୍ଚାରିତ ହୋଇପାରେ । ଅନ୍ୟକୁ ଅପବାଦ ଦେଇପାରନ୍ତି । ସ୍ୱାଭିମାନୀ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ସହିତ ଶୁକ୍ର ମିଳିତ ହୋଇଥିବାରୁ ପୁଣ୍ୟନାଶ ହୋଇପାରେ ।
ବିଛା :- ପତ୍ନୀଙ୍କ ସହଯୋଗ ପାଇ ଖୁସି ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁ ସୁଖର ଅଧିକାରୀ ହେବେ। ମତିମାନ୍ ହୋଇପାରନ୍ତି। ପ୍ରଭୂତ ବିଦ୍ୟା ଓ ଯଶସ୍ୱୀ ହେବେ। ନିର୍ଭୀକ ଓ ବିଳାସୀ ହୋଇପାରନ୍ତି।
ଧନୁ :- ଦୃଢ଼ ମନୋବଳ ନେଇ କର୍ମ ପଥରେ ଆଗକୁ ବଢ଼ିବେ। ସତ୍ସଙ୍ଗୀ ହେବେ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ସୌଭାଗ୍ୟବାନ୍ ହେବେ। ଶତ୍ରୁମାନେ ଆପଣା ଛାଏଁ ଓହରି ଯିବେ। ନିଜ ଅର୍ଜିତ ଧନ ଭୋଗ କରିବେ।
ମକର :- ମନରେ ଅହଂଭାବ ଉଦ୍ରେକ ହୋଇପାରେ। ସର୍ବ ସୁଖର ଅଧିକାରୀ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଚିତ୍ତ ସନ୍ତୁଷ୍ଟ ରହିବ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହୋଇପାରନ୍ତି।
କୁମ୍ଭ :- ମିତ୍ରତା ଅର୍ଜନ କରି ସୁଖ ଭୋଗ କରିପାରନ୍ତି। ନିଜ ବଂଶର ମୁଖ୍ୟ ବ୍ୟକ୍ତି ଭାବେ ବିବେଚିତ ହେବେ। ବିନୀତ ସ୍ୱଭାବ ଓ ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି। କୀର୍ତ୍ତି ସ୍ଥାପନ କରିବେ। ଜନବଲ୍ଲଭ ହେବେ।
ମୀନ :- ଶ୍ରମ ସାର୍ଥକ ହେବ। ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଉନ୍ନତିମୂଳକ କାର୍ଯ୍ୟରେ ଆଗକୁ ବଢ଼ିବେ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ସର୍ବସୁଖ ସହିତ ସମୃଦ୍ଧିାାଳୀ ହେବେ। ମଧୁରଭାଷା ବ୍ୟବହାର କରି ଆଦରଣୀୟ ହେବେ।