No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଅକ୍ଟୋବର ବୁଧବାର) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳରେ ଥିବା ପଥର ଖଣିକୁ ଦିନ ଦ୍ବିପହର ଲୁଟି ନେଉଛନ୍ତି ଖଣି ମାଫିଆ । ପୂର୍ବରୁ ଚାନ୍ଦପୁର ଭଳି ଖଣି ଖାଦନ ଅଞ୍ଚଳରୁ ମାଫିଆରାଜ ହଟାଇବା ପାଇଁ ପୋଲିସ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଇଥିଲେ ହେଁ ସେଠାରେ କାମ କରୁଥିବା ଲୋକଙ୍କ ସାହାର୍ଯ୍ୟ ରେ ପଥର ଚୋରା ଚାଲାଣ କରିବାରେ ସକ୍ଷମ ହେଉଛନ୍ତି ଖଣି ମାଫିଆ । ଯାହାକୁ ନେଇ ପୋଲିସ ଓ ପ୍ରଶାସନ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ଉ କରି କଡାକଡ଼ି କରିଛି ।

ତେବେ ରଣପୁର ତହସିଲଦାର ଚନ୍ଦ୍ର ଶେଖର ବାରିକ ଓ ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ମିଳିତ ଭାବେ ଖଣି ଅଞ୍ଚଳ ଗୁଡିକ ଚଢ଼ଉ କରିଥିଲେ । ତେବେ ଓସ୍ତପଡା ଖଣି ଚଢ଼ଉ ସମୟରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଏକ ପାୱାର ଟିଲର ଜବତ କରାଯିବା ସହ ୨୦୦ ମାଙ୍କଡ଼ା ପଥର ଜବତ କରିଥିବା ଜଣା ଯାଇଛି । ଏବଂ ସେହି ଖଣି ରେ କାମ କରୁଥିବା ୨୦ ଜଣଙ୍କ ନାମରେ ଚାନ୍ଦପୁର ଥାନାରେ ମାମଲା ରୁଜ୍ଜୁ କରାଯିବା ସହ କିଛି ପେଶାଗତ ଖଣି ମାଫିଆ ନାମ ରେ ମଧ୍ୟ ମାମଲା ରୁଜ୍ଜୁ କରିଛି ପୋଲିସ ।
No Result
View All Result