ନୟାଗଡ ଜିଲ୍ଲା ଚାନ୍ଦପୁର ଜୋନ୍ , ରିପୋର୍ଟ / ସୋନାଲି ( ଓଡିଶା ତାଜା ନ୍ୟୁଜ୍ ) ରଣପୁର,୨୫ ଏପ୍ରିଲ, ଶନିବାର :- ଦେଶରେ ଯକ୍ଷ୍ମ। ରୋଗ ବୃଦ୍ଧି କୁ ଦେଖି 1955 ମସିହାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଜାତୀୟ ରାଜପଥ କଡ଼ରେ 100 ଏକର ପରି ମିତ ଜାଗାରେ ସେତେବେଳର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ରଣପୁର ରାଣୀ ବସନ୍ତ ମଞ୍ଜରୀ ଦେବୀ ସ୍ୱାସ୍ଥ୍ୟ କେନ୍ଦ୍ର କରିଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଯାକ୍ଷାମା ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଦେଶ ଓ ରାଜ୍ୟରେ ସୁନାମ ଅର୍ଜନ କରିଥିଲା । ସମୟ ପରିବର୍ତନ ସ୍ଥଳେ ଯାକ୍ଷମା ରୋଗୀଙ୍କ ସଂଖ୍ୟା କମିଯିବାରୁ ଏହି ଡାକ୍ତରଖାନା ଟିକୁ ରାଜ୍ୟ ସରକାର 2014 ମସିହାରେ ସାଧାରଣ ଡାକ୍ତରଖାନାରେ ପରିଣତ କରିଥିଲେ ।
ଯାହା ଫଳରେ ନୟାଗଡ ଜିଲ୍ଲା ସମେତ ଆଖ ପାଖ ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଆଦି ଜିଲ୍ଲାରୁ ରୋଗୀମାନେ ଚିକିତ୍ସା ହେବା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥିଲେ । କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରାଯାଇ ଏହି ଡାକ୍ତରଖାନାର ସୌନ୍ଦର୍ଯ୍ୟକରଣ ସହ ଉନ୍ନତିକରଣ ମଧ୍ୟ କରାଯାଇଥିଲା । ରୋଗୀମାନେ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ଥିବା ବେଳେ ଗତ 18 ତାରିଖ ଦିନ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସକୁ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି । ଯାହା ଫଳରେ କରୋନା ବ୍ୟତୀତ ଅନ୍ୟ ସମସ୍ତ ଚିକିତ୍ସାକୁ ଏହି କେନ୍ଦ୍ରରେ ବନ୍ଦ କରି ଦିଆଯାଇଛି ।
ତେବେ ଏହା ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ଲକ୍ଷ।ଧିକ ଅଞ୍ଚଳବାସୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଆଶୁ ଓ ଜରୁରୀକାଳୀନ ଚିକିତ୍ସା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ କହିଛନ୍ତି । ସଂପ୍ରତି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପକ ମାତ୍ରାରେ ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଏହି କରୋନା ରୋଗର ଚିକିତ୍ସା ପାଇଁ କୌଣସି ମେଡ଼ିସିନ ବାହାରି ନାହିଁ । ଏହାର ଏକମାତ୍ର ପ୍ରତିଷଧକ ବ୍ୟବସ୍ଥା ସାମାଜିକ ଦୂରତ୍ୱ ଅଟେ । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲାରେ କୋଭିଡ଼-19 ର ପ୍ରମୁଖ ଚିକିତ୍ସାଳୟ ନିମନ୍ତେ ସ୍ୱତନ୍ତ୍ର ଭାବେ ଉକ୍ତ ହସ୍ପିଟାଲକୁ ରାଜ୍ୟ ସରକାର ହାତକୁ ନେଇଥିବା ବେଳେ ଅପରପକ୍ଷେ ସାଧାରଣ ରୋଗୀ ଓ ଜରୁରୀ କାଳୀନ ସେବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନି ହେଉଛନ୍ତି । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜିବି ମହଲରେ ଦାବି ହେଉଛି ।