No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ପଞ୍ଚାୟତ ର ତିନି ଥର ବିଜୟୀ ହୋଇଥିବା ପୂର୍ବତନ ସରପଞ୍ଚ , ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ସଂଗଠକ ତଥା ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ନିରାଡମ୍ବର ଭାବେ ତାଙ୍କ ବାସ ଭବନ ରେ ପାଳିତ ହୋଇଯାଇଛି ।
ତାଙ୍କ ସୁପୁତ୍ର ଜୟକୃଷ୍ଣ ସାହୁ,ବିଜୟ କୁମାର ସାହୁ ଓ ସଞ୍ଜୟ କୁମାର ସାହୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ପୂର୍ବତନ ସରପଞ୍ଚ ଙ୍କ ସ୍ମୃତି ଚାରଣ କରିଥିଲେ । ୧୯୨୪ ମସିହା ଜାନୁଆରୀ ମାସ ୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ପୂର୍ବତନ ସରପଞ୍ଚ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ସାହୁ ଅଞ୍ଚଳ ର ବିକାଶ , ପରୋପକାର ଓ ବିଜୁ ଜନତା ଦଳ କୁ ଅଧିକ ସଂଗଠିତ କରିବା ଦିଗରେ ନିଜ ଜୀବନ କୁ ଉତ୍ସର୍ଗୀକୃତ କରି ୨୦୨୦ ମସିହା ସେପ୍ଟେମ୍ବର ମାସରେ ତାଙ୍କ ର ପରଲୋକ ହୋଇଥିଲା ।

No Result
View All Result