No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଦେଶର ଅନ୍ୟତମ ଅଗ୍ରଣୀ ମ୍ୟୁଚୁଆଲ୍ ଫଣ୍ଡ୍ କଂପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏହାର ପୁରୁଣା ଫଣ୍ଡ୍ ଆକ୍ସିସ୍ ଡାଇନାମିକ୍ ଇକ୍ୱିଟି ଫଣ୍ଡ୍ର ନାମ ପରିବର୍ତନ କରି ତାହାକୁ ଆକ୍ସିସ୍ ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍ରେ ପରିଣତ କରିଛି । ଏହା ହେଉଛି ଏକ ଓପେନ୍ ଏଣ୍ଡେଡ୍ ଡାଇନାମିକ୍ ସଂପତି ଆବଂଟନକାରୀ ଫଣ୍ଡ୍ ଯାହା ଇକ୍ୱିଟି ଓ ଫିକ୍ସଡ୍ ଆୟକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି । ସଂସ୍ଥା ମଧ୍ୟରେ ପ୍ରସ୍ତୁତ କରାଯାଇଥିବା ଏକ ପଦ୍ଧତି ଅନୁସାରେ ସଂପତିକୁ ଆବଂଟନ କରାଯାଉଛି ଯେଉଁଥିରେ ବଜାରର ସ୍ଥିତି ଅନୁସାରେ ଇକ୍ୱିଟିରେ ହୋଇଥିବା ନିବେଶକୁ ପରିଚାଳନା କରାଯାଉଛି । ଏଥିପାଇଁ ଏହା ନିବେଶକମାନଙ୍କ ଲାଗି ଉପଯୁକ୍ତ ଭାବେ ଉଭା ହୋଇଛି ଯାହା କେବଳ ବଜାର ଅସ୍ଥିରତାର ମୁକାବିଲା କରୁନାହିଁ ବରଂ ଦୀର୍ଘମିଆଦୀ ଭିତିରେ ସଂପତି ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି । ପୁରୁଣା ଫଣ୍ଡ୍ର ନାମକୁ ନୂଆ ନାମରେ ପରିବର୍ତନ କରିବା ୨୦୨୧ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହୋଇଛି । ଏଥି ସହିତ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍ ବର୍ଗରେ ପ୍ରବେଶ କରିଛି । ବଜାରରେ ଅସ୍ଥିରତା ସମୟରେ ନିବେଶକମାନେ ସୂଚୀ ଉପରେ ଥିବା ବେଳେ ସେୟାର କିଣୁଥିବା ବେଳେ କମ୍ ଥିବା ବେଳେ ବିକ୍ରି କରନ୍ତି, ଫଳରେ ସମ୍ପତିରେ ବଡ଼ ଧରଣର ହ୍ରାସ ଘଟେ । ଏଭଳି ବିପଦରୁ ନିବେଶକମାନେ ନିଜକୁ ସୁରକ୍ଷା ଦେଇପାରିବେ ଯଦି ସେମାନେ ଚତୁରତାର ସହ ବିପଦ ମୁକାବିଲା ଲାଗି ଏକ ଉତ୍ପାଦ ତିଆରି କରିପାରିବେ ।
ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍ ଉଭୟ ଇକ୍ୱିଟି ଓ ଫିକ୍ସଡ୍ ଆୟରେ ସର୍ବନିମ୍ନ ୦%ରୁ ସର୍ବାଧିକ ୧୦୦% ପର୍ଯ୍ୟନ୍ତ ନିବେଶ କରିବାର ନମନିୟତା ପ୍ରଦାନ କରୁଛି । ଏହି ସ୍କିମ୍ରେ ଆର୍ଇଆଇଟି ଓ ଇନ୍ଭିଆଇଟି ର ୟୁନିଟ୍ରେ ୦%ରୁ ୧୦% ପର୍ଯ୍ୟନ୍ତ ନିବେଶ କରିବାର ବ୍ୟବସ୍ଥା ରହିଛି । ଆକ୍ସିସ୍ ବାଲାନ୍ସଡ୍ ଆଡ୍ଭାଟେଂଜ୍ ଫଣ୍ଡ୍କୁ ନିଫ୍ଟି ୫୦ ହାଇବ୍ରିଡ୍ କମ୍ପୋଜିଟ୍ ଡେବ୍ଟ ୫୦:୫୦ ସୂଚୀରେ ବେଂଚ୍ମାର୍କ କରାଯାଇଛି । ଏଥିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ସୁଯୋଗ ଥିବା ଷ୍ଟକ୍ରେ ନିବେଶ କରାଯାଉଛି । ଏହି ଅବସରରେ ଚନ୍ଦ୍ରେଶ୍ ନିଗମ୍, ଏମ୍ଡି ଓ ସିଇଓ, ଆକ୍ସିସ୍ ଏଏମ୍ସି କହିଛନ୍ତି ଯେ, “ଏକ ନିବେଶକ ଭାବେ, ଆମେ ସମେସ୍ତ ଏହି ବିଶ୍ୱାସର ସହ ନିବେଶ କରିବାକୁ ଚାହୁଁ ଯେ ବଜାରରେ ଅସ୍ଥିରତା ସମୟରେ ଯେଭଳି ଆମ ନିବେଶ ପ୍ରଭାବିତ ନହେଉ । ବାଲାନ୍ସଡ୍ ଆଡ୍ଭାଟେଂଜ୍ ଫଣ୍ଡ୍ରେ ଏକ ବ୍ୟବସ୍ଥିତ ପ୍ରକ୍ରିୟାରେ ଇକ୍ୱିଟି ବିପଦକୁ ମୁକାବିଲା କରିବାର ସୁଯୋଗ ରହିଛି ଯେଉଁଥିରେ ଚତୁରତାର ସହ ଇକ୍ୱିଟି ନିବେଶକୁ ପରିଚାଳନା କରାଯାଇଥାଏ । ଆମର ବିଶ୍ୱାସ ରହିଛି ଯେ ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍ ନିବେଶକ ମାନଙ୍କ ନିବେଶ ଅନୁଭୂତିରେ ପରିବର୍ତନ ଆଣିବ ଓ ବିପଦର ମୁକାବିଲା କରି ଇକ୍ୱିଟିରେ ରହିିଥିବା ଦୀର୍ଘମିଆଦୀ ଅଭିବୃଦ୍ଧି ସୁଯୋଗର ଲାଭ ପ୍ରଦାନ କରିବ ।’’
No Result
View All Result