ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ସ୍ୱାମୀ ଦିବ୍ୟାନନ୍ଦଙ୍କ ଆଧ୍ୟାମିକ ବିଦ୍ୟାପୀଠ , ୨୫ ଏପ୍ରିଲ, ଶନିବାର :- ସମଗ୍ର ବିଶ୍ୱରେ କୋଭିଡ଼-୧୯ ବା କରୋନା ମହାମାରୀ ରୂପ ନେଇଥିବାବେଳେ, ଏହାର କଡ଼ା ମୁକାବିଲା କରିବା ପାଇଁ ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶା ଦୃଢତାର ସହ ଆଗେଇ ଚାଲିଛି । ଓଡ଼ିଶା ସରକାର ବିଭିନ୍ନ ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଏହି ବିଶ୍ୱ ମହାମାରୀକୁ ଜିତିବା ପାଇଁ ତିଳେ ହେଲେ ଅବହେଳା କରୁନାହାନ୍ତି । ପ୍ରତିଟି ସମୟରେ, ଜନତାଙ୍କ ସୁରକ୍ଷା ଓ ସେବା ଉଦ୍ଦେଶ୍ୟରେ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ସମାଜରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଅନୁଷ୍ଠାନ ତଥା ମାନବ ସେବା ହିଁ ମାଧବ ସେବା ମନ୍ତ୍ରରେ ଅନୁପ୍ରାଣିତ ଏବଂ ପ୍ରତିବଦ୍ଧ ହୋଇ ସ୍ୱାମୀ ଦିବ୍ୟାନନ୍ଦଙ୍କ ଆଧ୍ୟାମିôକ ବିଦ୍ୟାପୀଠ (ସ୍ପିରିଚୁଆଲ ଏକାଡେମୀ) ପକ୍ଷରୁ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ ସେବା କାର୍ଯ୍ୟ ହାତକୁ ନିଆଯାଇଛି ।
ଏହି କ୍ରମରେ ଏକ ଅନନ୍ୟ ଚିନ୍ତାଧାରା ନେଇ କ୍ଷୁଧାର୍ତ୍ତ ମଣିଷଙ୍କଠାରୁ ଆରମ୍ଭ କରି କଥା କହିଜାଣିନଥିବା ପ୍ରାଣୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସ୍ପିରିଚୁଆଲ ଏକାଡେମୀ ପକ୍ଷରୁ ଖାଦ୍ୟ ଯୋଗାଇଦିଆଯାଉଛି । ସରକାରୀ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନର ସହାୟତାରେ ପ୍ରଥମେ ଭୁବନେଶ୍ୱରର ଏକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଥିବା ମାଙ୍କଡ଼ମାନଙ୍କୁ ସ୍ପିରିଚୁଆଲ ଏକାଡେମୀର ଶତାଧିକ ସେବା ଦଳ ଆହାର ଯୋଗାଇଦେଇଥିଲେ । ଏହି ଅନୁଷ୍ଠାନର ଏପରି ନିଆରା ପ୍ରୟାସକୁ ପୁରୀରେ ଥିବା ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଜନତା ପ୍ରଶଂସା କରିବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ଶହ ଶହ ମାଙ୍କଡ଼ଙ୍କ ନିମନ୍ତେ ସହାୟତା ଲୋଡ଼ିଥିଲେ ଏବଂ ସ୍ପିରିଚୁଆଲ ଏକାଡେମୀ ପକ୍ଷରୁ ଏଥି ନିମନ୍ତେ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା ।
ଏତଦ୍ବ୍ୟତୀତ, ପୁରୀ ଓ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଓଡ଼ିଶା ବାହାରୁ ଆସି କ୍ୟାମ୍ପ କରି ରହୁଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଅସହାୟ କ୍ଷୁଧାର୍ତ୍ତ ଲୋକମାନଙ୍କୁ ଗତ କିଛି ଦିନ ହେବ ଦୈନିକ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁ ଓ ତାଙ୍କ ମାଆ । ସ୍ୱାମୀ ଦିବ୍ୟାନନ୍ଦଙ୍କ ଆଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଗାଇଡଲାଇନ ବା ନିର୍ଦ୍ଦେଶନାମାକୁ ଅନୁସରଣ କରି ଅନୁଷ୍ଠାନ ଦ୍ୱାରା ଏହି ସେବା ଯୋଗାଇଦିଆଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ସ୍ୱାମୀ ଦିବ୍ୟାନନ୍ଦଙ୍କ ସ୍ପିରିଚୁଆଲ ଏକାଡେମୀ ଯୁବପିଢୀଙ୍କୁ ବେଦଜ୍ଞାନ ଶିକ୍ଷା ପ୍ରଦାନ କରିବାରେ ଏକ ଅନ୍ୟତମ ଅନୁଷ୍ଠାନ । ଭଗବାନ ବିଷ୍ଣୁଙ୍କଠାରେ ଅଗାଢ ବିଶ୍ୱାସ ରଖୁଥିବା ଏହି ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ସ୍ୱାମୀ ଦିବ୍ୟାନନ୍ଦ ଓ ତାଙ୍କ ସେବା ଦଳ ବିଭିନ୍ନ ସମୟରେ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଆସୁଛନ୍ତି । ଅନୁଷ୍ଠାନ ପକ୍ଷରୁ ସ୍ୱଳ୍ପ ପାଣ୍ଠିରେ ଏପରି ବିପତ୍ତି ସମୟରେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରାଯାଉଥିବାରୁ ଆଗାମୀ ଦିନରେ କୈାଣସି ସହୃଦୟ ବ୍ୟକ୍ତିବିଶେଷ ତଥା ସମାଜସେବୀ ଅନୁଷ୍ଠାନ ସହ ଜଡ଼ିତ ହୋଇ ମାନବ ସେବା ନିମନ୍ତେ ସହାୟତାର ହାତ ବଢାଇଲେ ଅନୁଷ୍ଠାନ ପକ୍ଷରୁ ଆହୁରି ଅନେକ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି ।